fbpx

ଅନଲାଇନ୍ ଗେମ୍ ଖେଳୁଥିବା ଲୋକଙ୍କୁ ଝଟକା: ଆସନ୍ତା ମାସରେ ସରକାର ନେବାକୁ ଯାଉଛନ୍ତି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁଁ ଗତ ୨ ବର୍ଷ ମଧ୍ୟରେ ଦେଶ-ଦୁନିଆରେ ଇଣ୍ଟରନେଟର ବ୍ୟବହାର ଅଧିକ ବଢ଼ିଯାଇଛି । ଖାସକରି ଲୋକମାନେ ଯେଉଁ ମାତ୍ରାରେ ଅନଲାଇନ୍ ଗେମ୍ ଖେଳୁଛନ୍ତି, ଯାହାକୁ ଆଶ୍ଚର୍ଯ୍ୟଜନକ । ଏହି ଅନଲାଇନ୍ ଗେମ୍ ଯୋଗୁଁ ଏବେ ସମସ୍ତ ବୈଷୟିକ କମ୍ପାନୀଗୁଡ଼ିକ ଖୁବ୍ ଟଙ୍କା ରୋଜଗାର କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏବେ ସରକାର ଅନଲାଇନ୍ ଗେମିଂ ଉପରେ ବି ଟ୍ୟାକ୍ସ ଲାଗୁ କରିବାକୁ ବିଚାର କରୁଛନ୍ତି ।

ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ନେତୃତ୍ୱରେ ଜିଓଏମ ଦୁଇ ଦିନ ଧରି ଅନଲାଇନ୍ ଖେଳ ଉପରେ ଗଭୀର ବିଚାର ବିମର୍ଶ ଆଲୋଚନା କରିଥିଲା । ଏହା ପରେ ଜିଓଏମ କ୍ୟାସିନୋ ଓ ଅନଲାଇନ ଗେମିଂ କମ୍ପାନୀଗୁଡ଼ିକର ମୋଟ ରାଜସ୍ୱ ଉପରେ ୨୮ ପ୍ରତିଶତ ଜିଏସ୍ଟିର ସୁପାରିଶ କରିଛି । ଆସନ୍ତା ମାସରେ ଜିଏସଟି ପରିଷଦର ଏକ ବୈଠକ ହେବ, ଯେଉଁଥିରେ ଜିଓଏମ୍ ଏହାର ସୁପାରିଶ ଉପସ୍ଥାପନ କରିପାରେ । ଏପରି ହେବା ଦ୍ୱାରା ଲୋକମାନଙ୍କୁ ଖାସ୍ କରି ଛୁଆମାନଙ୍କୁ ଗେମ୍ ଖେଳିବା ଅଧିକ ମହଙ୍ଗା ପଡ଼ିବ ।

Get real time updates directly on you device, subscribe now.