fbpx
BJD
BJD SKY
BJD SKY

ଭାଇଙ୍କ ପୂର୍ବରୁ ଏହି ଦେବାଦେବୀଙ୍କୁ ବାନ୍ଧନ୍ତୁ ରାକ୍ଷୀ: ଜାଣନ୍ତୁ ଏହାର ପୌରାଣିକ ମହତ୍ତ୍ୱ

ରାତି ପାହିଲେ ସାରା ଦେଶ ପାଳନ କରିବ ରକ୍ଷା ବନ୍ଧନ । ଭାଇ-ଭଉଣୀଙ୍କ ଅପୂର୍ବ ଭଲପାଇବା ଓ ସ୍ନେହର ପର୍ବ ରାକ୍ଷୀ ପୂର୍ଣ୍ଣିମା ପାଇଁ ଅପେକ୍ଷା କରିଛି ସାରା ପରିବାର । ସବୁ ଭଉଣୀ ଅପେକ୍ଷା କରି ରହିଛନ୍ତି ଭାଇ ହାତରେ ସୁରକ୍ଷା, ସ୍ନେହ, ପ୍ରେମ ଆଉ ବନ୍ଧନର ସେହି ଡୋରୀ ବାନ୍ଧିବା ପାଇଁ । ତେବେ ଭାଇଙ୍କ ସୁରକ୍ଷା ପାଇଁ ତାଙ୍କ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ଆଉ ଏକ କାମ କରିବା ଆପଣଙ୍କର ନିହାତି ଆବଶ୍ୟକ । ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ଆପଣ କିଛି ଦେବାଦେବୀଙ୍କୁ ରାକ୍ଷୀ ବାନ୍ଧି ଭାଇଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିପାରିବେ ।
ଅଗ୍ରପୂଜ୍ୟ ଶ୍ରୀଗଣେଶ: 
ସିଦ୍ଧି ବିନାୟକ ପ୍ରଭୁ ଶ୍ରୀଗଣେଶ ହିନ୍ଦୁ ଧର୍ମର ଅଗ୍ରପୂଜ୍ୟ । ପ୍ରତ୍ୟେକ ପର୍ବ ପର୍ବାଣୀ ତଥା ଖୁଲି ଉଲ୍ଲାସର ଦିନରେ ପ୍ରଥମେ ଲମ୍ବୋଦରଙ୍କୁ ପୂଜାର୍ଚ୍ଚନା କରାଯାଏ । ତେଣୁ ଆପଣ ଶ୍ରୀଗଣେଶଙ୍କୁ ଭାଇଙ୍କ ପୂର୍ବରୁ ରାକ୍ଷୀ ବାନ୍ଧିବା ଉଚିତ । ବିଘ୍ନ ବିନାଶନଙ୍କର ଲାଲ୍ ରଙ୍ଗ ଖୁବ ପସନ୍ଦ । ତେଣୁ ପାର୍ବତୀନନ୍ଦନଙ୍କୁ ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ୱାରା ଆପଣଙ୍କର ସମସ୍ତ ଅସୁବିଧା ଏବଂ ସମସ୍ୟା ଦୂର ହୋଇଯିବ ।
ଭଗବାନ ଶିବ: 
ଶ୍ରାବଣ ଭଗବାନ ଶିବଙ୍କର ପ୍ରିୟ ମାସ ହୋଇଥାଏ । ତେବେ ଏହି ରକ୍ଷା ବନ୍ଧନ ପର୍ବ ଶ୍ରାବଣ ମାସର ଶେଷ ଦିନ ଆସିଥାଏ । ତେଣୁ ବାବା ଭୋଳାନାଥଙ୍କୁ ଏହି ଦିନ ରାକ୍ଷୀ ବାନ୍ଧିଲେ ଆପଣଙ୍କ ସବୁ ମନୋକାମନା ପୂରଣ ହୋଇଥାଏ ।
ମହାବୀର ହନୁମାନ:
ରାମଭକ୍ତ ହନୁମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିବା ଦ୍ୱାରା ଅନେକ ସମସ୍ୟ ଦୂର ହୋଇଥାଏ । ମହାବୀର ଶ୍ରୀହନୁମାନଙ୍କୁ ମଧ୍ୟ ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ପ୍ରଭୁ ବଜରଙ୍ଗୀଙ୍କୁ ରାକ୍ଷୀ ବାନ୍ଧିବା ଦ୍ୱାରା କୁଣ୍ଡଳୀରେ ମଙ୍ଗଳ ଗ୍ରହର ପ୍ରଭାବ କମ୍ ହୋଇଥାଏ । ଏହା ସହିତ ବୀର ହନୁମାନଙ୍କ କୃପାରୁ ବଳ ବୁଦ୍ଧି ପ୍ରାପ୍ତି ହୋଇଥାଏ ।
ଶ୍ରୀକୃଷ୍ଣ: 
ଭଗବାନ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ନିଜ ଭଉଣୀ ବୋଲି ମାନିଥିଲେ । ତେଣୁ ତାଙ୍କୁ ସର୍ବଦା ରକ୍ଷା କରିବା ପାଇଁ ବଚନ ଦେଇଥିଲେ ପ୍ରଭୁ ଶ୍ରୀକୃଷ୍ଣ । ଯେବେ ଦ୍ରୌପଦୀଙ୍କ ଚୀରହରଣ କରାଯାଇଥିଲା, ସେହି ସମୟରେ ଜଣେ ଭାଇର କର୍ତ୍ତବ୍ୟ କରିଥିଲେ ଦ୍ୱାରିକାଧୀଶ । ରକ୍ଷା ବନ୍ଧନ ଦିନ ମଥୁରା ନରେଶ ଶ୍ରୀକୃଷ୍ଣଙ୍କ ହାତରେ ରାକ୍ଷୀ ବାନ୍ଧିବା ଦ୍ୱାରା ପ୍ରଭୁ ବିପଦ ସମୟରେ ରକ୍ଷା କରନ୍ତି ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.