fbpx

ସ୍ୱାଧୀନତା ଦିବସରେ Jioର ଜବରଦସ୍ତ ଅଫର: ମାଗଣାରେ ଦୈନିକ ୨.୫GB ଡାଟା ସହ ମିଳିବ…

ନୂଆଦିଲ୍ଲୀ: ଏକ ଜବରଦସ୍ତ ଅଫରର ଘୋଷଣା କରିଛି ଜିଓ । କମ୍ପାନୀ ନିଜ ୟୁଜର୍ସଙ୍କୁ ଖୁସି କରାଇବା ପାଇଁ ସ୍ୱାଧୀନତା ଦିବସ ଅବସରରେ ଆଣିଛି ଜବରଦସ୍ତ ଅଫର। ଏଥିରେ ବର୍ଷକର ପ୍ଳାନ ମିଳିବ ଏକଦମ ଫ୍ରିରେ.. ଯେଉଁଥିରେ ୟୁଜର ମାନଙ୍କୁ ମିଳିବ ପ୍ରତିଦିନ 2.5GB ଡାଟା । ଏହା ସହ Disney+Hotstar ର ମାଗଣା ସବସ୍କ୍ରିପସନ।

ସ୍ୱାଧୀନତା ଦିବସରେ ଗ୍ରାହକଙ୍କୁ ଖୁସି କଲା ଭଳି ଅଫର ଆଣିଛି ଜିଓ କମ୍ପାନୀ। ନିଜର ସବୁଠୁ ପ୍ରିୟ ଲମ୍ବା ସମୟର ପ୍ରିପେଡ ପ୍ଳାନରେ ଏକାଧିକ ଲାଭ ଅଫର କରୁଛି। ଏହାବ୍ୟତିତ ୨୨୫୦ ଟଙ୍କାର ଲାଭ ମଧ୍ୟ ପ୍ରଦାନ କରୁଛି। ଜିଓ ଏବେ ଏହି ଅଫର ସମ୍ପର୍କରେ ଘୋଷଣା କରିଛି। ଆଉ ସବୁଠୁ ବଡ଼ କଥା ହେଉଛି ଏହି ଅଫରର ଶେଷ ତାରିଖ ସମ୍ପର୍କରେ କିଛି କୁହାଯାଇନାହିଁ। ଚଳିତ ବର୍ଷରେ ଜିଓର ଇଣ୍ଡିପେଡେଣ୍ଟ ଅଫର ୨୯୯୯ ଟଙ୍କା ର ପ୍ରିପେଡ ପ୍ଲାନ ସହ ଆସିବ।

ଏହି ପ୍ଲାନରେ ଜିଓ ୟୁଜର୍ସଙ୍କୁ ୩୬୫ ଦିନର ଭାଲିଡିଟି ସହିତ ଦୈନିକ 2.5GB ଡାଟା ମିଳିବ। ଏଥିରେ ଭଏସ୍‌ କଲିଂ ଓ ଏସଏମଏସ ମଧ୍ୟ ସାମିଲ ରହିଛି। ଅନଲିମିଟେଡ ଭଏସ୍‌ କଲିଂ ସହିତ ଦୈନିକ ୧୦୦ ଏସଏମଏସ୍‌ ସୁବିଧା ମିଳିବ। ଦୈନିକ ଡାଟା ଶେଷ ପରେ ୟୁଜର୍ସ ନେଟକୁ 64Kbps ସ୍ପିଡରେ ଚଲାଇପାରିବେ। ଏହି ପ୍ଲାନରେ ଅତିରିକ୍ତ ଲାଭ ବର୍ଷେ ପର୍ଯ୍ୟନ୍ତ ରହିବ। jio tv, jio cinema, jio security, jio cloud , Disney+Hotstar mobile ସବସ୍କ୍ରିପସନ ମିଳିବ।

Get real time updates directly on you device, subscribe now.