fbpx

IAS ଅଧିକାରୀଙ୍କ ପସନ୍ଦ ସମ୍ବଲପୁରୀ ଶାଢ଼ୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ଭୁବନେଶ୍ୱର:ବର୍ତ୍ତମାନ ସମୟର ଝିଅ ମାନେ ପାଶ୍ଚାତ୍ୟ ସଭ୍ୟତା ଆଡକୁ ଢ଼ଳୁଥିବା ବେଳେ ତାଙ୍କର ପୋଷାକ, ଖାଦ୍ୟପାନୀୟ , ଜୀବନଶୈଳୀକୁ ଅଧିକ ପ୍ରାଧ୍ୟାନ୍ୟ ଦେଉଛନ୍ତି । କିନ୍ତୁ ବର୍ତ୍ତମାନ ସମାଜରେ ଏଭଳି ଅନେକ ଶିକ୍ଷିତ ଏବଂ ସ୍ୱାବଲମ୍ଭି ନାରୀ ମାନେ ମଧ୍ୟ ଅଛନ୍ତି ଯେଉଁମାନେ ଆମ ଓଡିଶାର ପରମ୍ପରା ଆଉ ପୋଷାକକୁ ଭଲ ପାଉଛନ୍ତି । ତେବେ ଏହି ମାନଙ୍କ ମଧ୍ୟରେ ଅନେକ ବରିଷ୍ଠ ଅଧିକାରୀ ମାନେ ଅଛନ୍ତି ଯେଉଁମାନେ ସମ୍ବଲପୁର ଶାଢ଼ୀ ପ୍ରତି ତାଙ୍କ ରୁଚି ଜଣାଇଛନ୍ତି ।

ଉଷା ପାଢ଼ୀଙ୍କ ଠାରୁ ଆରମ୍ଭ କରି ମୃଣାଳିନ ଦର୍ସୱାଲ ଭଳି ଅନେକ ବରିଷ୍ଠ ଅଧିକାରୀ ମାନଙ୍କୁ ସମ୍ବଲପୁରୀ ଶାଢ଼ୀରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ କଟକର ପୂର୍ବତନ ଜିଲ୍ଲାପାଳ ଏବଂ ବର୍ତ୍ତମାନର ସମ୍ବଲପୁର ଜିଲ୍ଲାପାଳଙ୍କ ଅନନ୍ୟା ଦାସଙ୍କୁ ସମ୍ବଲପୁରୀ ଶାଢ଼ୀରେ ଦେଖିବାକୁ ମିଳିଛି। ତାଙ୍କ ପୋଷାକ ପରିଧାନରୁ ସ୍ପଷ୍ଟ ହେଉଛି ଯେ ଅନନ୍ୟା ସମ୍ବଲପୁରୀ ଶାଢ଼ୀକୁ କେତେ ପସନ୍ଦ କରନ୍ତି । କେବଳ ଏତିକି ନୁହେଁ ତାଙ୍କୁ ବଡ ବଡ କାର୍ଯ୍ୟକ୍ରମରେ ମଧ୍ୟ ଏହି ସମ୍ବଲପୁରୀ ଶାଢ଼ୀରେ ଦେଖିବାକୁ ମିଳିଥାଏ । ଆଉ ତାଙ୍କର ଏହି ପରିଧାନ ଶୈଳୀ ଏହା ମଧ୍ୟ ଦର୍ଶାଉଛି ଯେ ସେ ହସ୍ତତନ୍ତ୍ର ଆଉ ବୟନ ଶିଳ୍ପ ଉପରେ ଅଧିକ ଆଗ୍ରହ ରହିଛି । ଅନନ୍ୟା କେବଳ ଏହାକୁ ପରିଧାନ କରି ନାହାନ୍ତି ବରଂ ଏହାକୁ କିଭଳି ପରିଧାନ କରିହେବ ଏବଂ ଆଜିର ପିଢ଼ୀ ମାନଙ୍କୁ ସମ୍ବଲପୁରୀ ଶାଢ଼ୀ ପରିଧାନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

ସୂଚନା ମୁତାବକ ଜାତୀୟ ହସ୍ତତନ୍ତ୍ର ଦିବସ ଉପଲକ୍ଷେ ଅନନ୍ୟା ତାଙ୍କ ସୋସିଆଲ ମିଡିଆ ପେଜରେ କିଛି ଫଟୋ ସେୟାର କରିଥିଲେ । ଏଥିରେ ସେ ବୁଣାକାର ମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପାରିକ ଶାଢ଼ୀରେ ନଜର ଆସିଥିଲେ । ସେ ତାଙ୍କର କିଛି ଭିନ୍ନ ଭିନ୍ନ ଫଟୋ ମଧ୍ୟ ଅଂଶୀଦାର କରିଛନ୍ତି ।

Get real time updates directly on you device, subscribe now.