fbpx

ଯେବେ ଗ୍ରାହକଙ୍କ ଉପରେ ରାଗି ଖୁଣ୍ ହୋଇଗଲେ ଡେଲିଭରୀ ଗାର୍ଲ: ଆମାଜନ ନେଲା ଏମିତି ଆକ୍ସନ

ସୋସିଆଲ ମିଡିଆରେ ଅନେକ ସମୟରେ ଆପଣ ଡେଲିଭରୀ ବୟଙ୍କ କଥା ଶୁଣିଥିବେ । କିନ୍ତୁ କୌଣସି ଡେଲିଭରୀ ଗାର୍ଲଙ୍କ କଥା କୁବ କମ୍ ଶୁଣିବାକୁ ମିଳିଥାଏ । ଆମାଜନରେ କାମ କରୁଥିବା ଜଣେ ଡେଲିଭରୀ ଗାର୍ଲଙ୍କ କାରନାମା ଏବେ ଲୋକଙ୍କ ଆଲୋଚନାର ବିଷୟ ପାଲଟିଛି । ଗ୍ରାହକ ଏ ନେଇ ଅଭିଯୋଗ କରିବା ପରେ ଆମାଜନ କମ୍ପାନୀ ଡେଲିଭରୀ ଗାର୍ଲଙ୍କ ଉପରେ ନେଇଛି ଏକ ବଡ ଆକ୍ସନ ।

ବ୍ରିିଟେନରୁ ଏକ ବଡ ଖବର ଏବେ ସାମନାକୁ ଆସିଛି । ୨୮ ବର୍ଷୀୟ ଜଣେ ବ୍ୟକ୍ତି ଆମାଜନରେ କିଛି ଜିନିଷ ଅର୍ଡର କରିଥିଲେ । ତେବେ ଡେଲିଭରୀ ଗାର୍ଲ ଯେତେବେଳେ ଏହାକୁ ପହଞ୍ଚାଇବା ପାଇଁ ଗ୍ରାହକଙ୍କ ଘରେ ପହଞ୍ଚିଥିଲେ, ତାଙ୍କ ଘରେ ତାଲା ଲାଗିଥିବା ଦେଖିବାକୁ ପାଇଥିଲେ ଡେଲିଭରୀ ଗାର୍ଲ । ଏହା ଦେଖି ନିଜ ରାଗକୁ ସମ୍ଭାଳି ପାରି ନଥିଲେ ଡେଲିଭରୀ ଗାର୍ଲ । ରାଗରେ ଅର୍ଡର ହୋଇଥିବା ଜିନିଷକୁ ସେ ଘର ପାଖ ଡଷ୍ଟବିନରେ ଫିଙ୍ଗି ଚାଲିଯାଇଥିଲେ ।

ତେବେ ଗ୍ରାହକଜଣକ ଘରକୁ ଫେରି ଡେଲିଭରୀ ଗାର୍ଲଙ୍କର ଏହି କାରନାମା ଦେଖିବାକୁ ପାଇଥିଲେ । ଏହାସହିତ ଏକ ନୋଟ ମଧ୍ୟ ପାଇଥିଲେ ଏହି ବ୍ୟକ୍ତିଜଣକ । ଏଥିରେ ତାଙ୍କୁ ଷ୍ଟୁପିଡ ବୋଲି ସମ୍ବୋଧନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏହା ଦେଖି ସେ ମଧ୍ୟ ରାଗରେ ଏହି ନୋଟର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଆମାଜନରେ ଡେଲିଭରୀ ଗାର୍ଲଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ତେବେ ଏହାପରେ ଆମାଜନ ସମ୍ପୃକ୍ତ ଯୁବତୀଙ୍କୁ ଚାକିରୀରୁ ବହିଷ୍କୃତ କରିଛନ୍ତି ।

ତେବେ ଡେଲିଭରୀ ଗାର୍ଲଙ୍କର ଏହି କାରନାମାରେ ଗ୍ରାହକ କେରୀ ହଜ ଯେତିକି ରାଗି ଯାଇଥିଲେ, ସୋସିଆଲ ମିଡିଆରେ ମଧ୍ୟ ଅନେକ ଲୋକ ଏହାକୁ ନିନ୍ଦା କରିଛନ୍ତି । ଅନେକ ଲୋକ ଏହି ମାମଲାକୁ ଟ୍ରୋଲ ମଧ୍ୟ କରିଛନ୍ତି । ଏହାବ୍ୟତୀତ କିଛି ୟୁଜର କମେଣ୍ଟ ସେକ୍ସନରେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । କିଛି ଲୋକ ଏହାକୁ ନେଇ ମଜାକ କରୁଥିବାର ଦେଖାଯାଇଥିବା ବେଳେ ଆଉ କିଛି ଲୋକ ଏହାର ଖୁବ ଆଲୋଚନା କରିଛନ୍ତି ।

Get real time updates directly on you device, subscribe now.