fbpx

ଚାପ କମାଇବା ସହ ସୁଗାର ନିୟନ୍ତ୍ରଣ କରେ ପିଜୁଳି

ଅନେକ ଲୋକ ପିଜୁଳି ଖାଇବାକୁ ପସନ୍ଦ କରନ୍ତି । ପିଜୁଳି ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଆଣ୍ଟି ଫଙ୍ଗଲ୍ ଏବଂ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ରହିଥାଏ । ଏହା ସହିତ ଏଥିରେ ଭିଟାମିନ୍ ବି, ଭିଟାମିନ୍ କେ, ଭିଟାମିନ୍ ସି, ଫୋଲେଟ୍, ଆଇରନ୍, କ୍ୟାଲସିୟମ୍, ଫସଫରସ୍, ପୋଟାସିୟମ୍, ଜିଙ୍କ, କାର୍ବୋହାଇଡ୍ରେଟ୍ ଏବଂ ଡାଏଟାରୀ ଫାଇବର ଥାଏ । ପିଜୁଳିରେ ଭିଟାମିନ୍ ସି ଭରପୂର ରହିଥାଏ ଏବଂ ଏହା ଆପଣଙ୍କୁ ସାଧାରଣ ସଂକ୍ରମଣରୁ ରକ୍ଷା କରିବା ପାଇଁ କାର୍ଯ୍ୟ କରିଥାଏ । କମଳା ଅପେକ୍ଷା ପିଜୁଳିରେ ପ୍ରାୟ ୨ ଗୁଣ ଅଧିକ ଭିଟାମିନ୍ ମିଳିଥାଏ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି, ଯାହା ଆପଣଙ୍କ ଶରୀରରେ ଖରାପ ଜୀବାଣୁ ମାରିବା ପାଇଁ କାମ କରିଥାଏ ।

କ୍ୟାନ୍ସର୍ ଆଶଙ୍କା ଦୂର କରିଥାଏ : ପିଜୁଳିରେ ଲାଇକୋପିନ୍ ଭରପୂର ରହିଥାଏ । ଏହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଯାହା ଆପଣଙ୍କ ଶରୀରରେ କର୍କଟ କୋଷକୁ ନିରପେକ୍ଷ କରିବାରେ ସାହାଯ୍ୟ କରିଥାଏ ଏବଂ ସେଗୁଡିକୁ କମ୍ ପ୍ରଭାବଶାଳୀ କରିଥାଏ ।

ହୃଦୟ ସୁସ୍ଥ ରଖିଥାଏ : ପିଜୁଳିରେ ଥିବା ସୋଡିୟମ୍ ଏବଂ ପୋଟାସିୟମର ଭରପୁର ମାତ୍ରା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଯେଉଁମାନେ ହାଇ ବ୍ଲଡ୍ ସୁଗାରରେ ପିଡୀତ ସେମାନଙ୍କ ପାଇଁ ଏହା ବିଶେଷ ସହାୟକ ହୋଇଥାଏ । ଏଥିସହିତ ପିଜୁଳି ଗୁଡ୍ କୋଲେଷ୍ଟ୍ରଲକୁ ବଢିଇଥାଏ ।

ଚାପ ଦୂର କରେ : ପିଜୁଳିରେ ମ୍ୟାଗ୍ନେସିୟମ୍ ଭରପୂର ରହିଥାଏ । ଏହା ଆପଣଙ୍କ ମାଂସପେଶୀକୁ ଆରାମ ଦେଇଥାଏ ଏବଂ ଚାପକୁ ଦୂର କରିଥାଏ ।

Get real time updates directly on you device, subscribe now.