fbpx

ଏ କିଃ ଅଜବ! ଏଣିକି କୋର୍ଟରେ କେସ୍ ଲଢ଼ିବ ରୋବଟ୍

କୋର୍ଟରେ କେସ୍ ଲଢ଼ିବା ପାଇଁ ଓକିଲଙ୍କୁ ନିଯୁକ୍ତ କରାଯାଇଥାଏ । କିନ୍ତୁ ଅଧିକାଂଶ ଲୋକଙ୍କ ପାଇଁ ଏହା ଅତି ମହଙ୍ଗା ବ୍ୟାପାର । ତଣୁ ଏଣିକି ଜଣେ ରୋବଟ ଓକିଲ କୋର୍ଟରେ କେସ୍ ଲଢ଼ିପାରିବ ଯାହା କମ୍ ବ୍ୟୟସାପେକ୍ଷ ହେବ । ଏକଥା ଶୁଣି ଆପଣଙ୍କର ବିଶ୍ୱାସ ହେଉ ନଥିବ । ଭାବୁଥିବେ ଏମିତି କେମିତି । କିନ୍ତୁ ଏମିତି ବାସ୍ତବ ଜୀବନରେ ଘଟିବାକୁ ଯାଉଛି । ଆସନ୍ତା ମାସରେ ଆମେରିକାରେ ରୋବର୍ଟ ଏକ ମାମଲା ଉପସ୍ଥାପନା କରୁଥିବା ଦେଖିବାକୁ ମିଳିବ ।

‘ଡୁନଟ୍ପେ’ ନାମକ କମ୍ପାନି ଏଭଳି ଏକ ଆପ୍ ପ୍ରସ୍ତୁତ କରିଛି ଯାହା କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ କୋର୍ଟରେ ମୁଦାଲାଙ୍କ ପାଇଁ କେସ୍ ଲଢ଼ିପାରିବ । କୃତ୍ରିମ ବୁଦ୍ଧିମତାସମ୍ପନ୍ନ ଏହି ରୋବୋ ଏକ ସ୍ମାର୍ଟଫୋନ୍ରେ ଚାଲିବ । କୋର୍ଟର ଶୁଣାଣି ପରେ ଇୟରପିସ୍ ମାଧ୍ୟମରେ କୋର୍ଟର ଶୁଣାଣିରେ ଭାଗନେଇ ଯୁକ୍ତି ଉପସ୍ଥାପନ କରିପାରିବ । ଆସନ୍ତା ଫେବୃଆରୀରେ ପ୍ରଥମଥର ପାଇଁ ରୋବଟ ଜଣେ ମୁଦାଲାଙ୍କ ପାଇଁ କେସ୍ ଲଢ଼ିବ । କୃତ୍ରିମ ବୁଦ୍ଧିମତାସମ୍ପନ୍ନ ରୋବୋ ବିକଶିତ କରିଥିବା ଡୁନଟପେ କୋର୍ଟ ଏବଂ ମୁଦାଲାଙ୍କ ନାଁ ବିଷୟରେ ଖୁଲାସା କରିନାହିଁ ।

୨୦୧୫ ମସିହାରେ କାଲିଫର୍ଣ୍ଣିଆଠାରେ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବୈଜ୍ଞାନିକ ଜୋଶୁଆ ବ୍ରାଉଡ୍ ଡୁନଟ୍ପେ କମ୍ପାନୀ ପ୍ରତିଷ୍ଠା କରିଥିଲେ । ମୁଦାଲାଙ୍କୁ ଖର୍ଚ୍ଚାନ୍ତ ହେବାରୁ ରକ୍ଷା କରିବା ଉଦ୍ଦେଶ୍ୟରେ ତାଙ୍କର ଏହି ଆପ୍ ସମ୍ପୂର୍ଣ୍ଣ ରୂପେ ଓକିଲଙ୍କୁ ସ୍ଥାନଚ୍ୟୁତ କରୁ ବୋଲି ସେ ଚାହାନ୍ତି । କମ୍ପାନି ଦାବି କରିଛି ଯେ, ଡୁନଟ୍ ପେ ଆପ୍ ହେଉଛି ବିଶ୍ୱର ପ୍ରଥମ ରୋବୋ ଓକିଲର ପେଣ୍ଠସ୍ଥଳୀ । ବଟନ ଦବାଇବା ମାତ୍ରେ ଏହା ଯେକୌଣସି କର୍ପୋରେସନ, ଅମଲା ବା ସରକାରଙ୍କ ବିରୋଧରେ ଲଢ଼ିପାରିବ ଓ ଯେକୌଣସି ଦୋଷୀଙ୍କୁ ଦୋଷୀ ବୋଲି ପ୍ରମାଣ କରିଦେଇପାରିବାର ସକ୍ଷମ ରଖିଛି ।

Get real time updates directly on you device, subscribe now.