fbpx

ଫେବ୍ରୁଆରୀ ପାଇଁ ଆସିଲା ରାଜ୍ୟ ସରକାରଙ୍କ ଗାଇଡଲାଇନ୍

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): କରୋନା ପାଇଁ ଫେବ୍ରୁଆରୀ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ୍ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଲାଗୁ ହେବ । କେନ୍ଦ୍ର ଗାଇଡଲାଇନ୍ ମାନି ସତର୍କତାର ସହ କଣ୍ଟେନମେଣ୍ଟ ହୋଇପାରିବ । ଇଣ୍ଡୋର ହଲରେ କ୍ଷମତାର ୫୦% ସିଟ୍ ପାଇଁ ଅନୁମତି ମିଳିବ । ଏସଓପି ମାନି ଖୋଲିବ ସିନେମା ହଲ୍ ଓ ଥିଏଟର୍ । ଯାତ୍ରା ଓ ଅପେରା ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଦେବେ । କୋଭିଡ ଗାଇଡଲାଇନ୍ ମାନି କାର୍ଯ୍ୟକ୍ରମ ଚାଲିବ ।

ତେବେ ୧ ଫେବ୍ରୁଆରୀରୁ ଖୋଲିବ ଅଙ୍ଗନାବାଡି କେନ୍ଦ୍ର । ବିବାହ ଓ ଶେଷକୃତ୍ୟରେ ୫୦୦ ଲୋକଙ୍କୁ ମିଳିଛି ଅନୁମତି । ୫୦ ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଚାଲିପାରିବ । ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବ ସ୍କୁଲ ଓ ଗଣଶିକ୍ଷା ବିଭାଗ । ପ୍ରାଇମେରୀ ସ୍କୁଲ ଖୋଲିବା ନେଇ ଏସଓପି ଆସିବ । ଜିଲ୍ଲାପାଳ ଓ ସ୍ଥାନୀୟ କର୍ତ୍ତୃପକ୍ଷ ଅବରୋଧ ଅଞ୍ଚଳ ସୀମା ନିର୍ଦ୍ଧାରଣ କରିବେ । ଖୋଲା ଜାଗାରେ ପଡିଆ ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ । ସମାବେଶରେ ମାସ୍କ, ସାମାମଜିକ ଦୂରତା ଓ ଥର୍ମାଲ ସ୍କାନିଂ ଜରୁରୀ ହେବ ।

Get real time updates directly on you device, subscribe now.