fbpx
BSKY SKY
BSKY SKY

ହୋମ୍ ଆଇସୋଲେସନ ନେଇ ଆସିଲା ଗାଇଡଲାଇନ୍‌, ଜାଣନ୍ତୁ କ’ଣ

BSKY

ନୂଆଦିଲ୍ଲୀ,୨୯ ।୪: କରୋନା ମହାମାରୀ ପୁଣି ଥରେ ସକ୍ରିୟ ହେବାରେ ଲାଗିଛି । କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଅନେକ କଟକଣା ଲାଗୁ ହୋଇଛି । ଏହାରି ମଧ୍ୟରେ ହୋମ୍ ଆଇସୋଲେସନ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାନି ଗାଇଡଲାଇନ୍ ଜାରି ହୋଇଛି । କେଉଁ ରୋଗୀ ହୋମ୍ ଆଇସୋଲେସନରେ ରହିପାରିବେ ସେନେଇ ଗାଇଡଲାଇନରେ ଦର୍ଶାଯାଇଛି ।

ତେବେ ଗାଇଡଲାଇନ୍ ମୁତାବକ, ଲକ୍ଷଣ ନଥିବା ଓ ୯୪% ଅକ୍ସିଜେନ ଥିବା ବ୍ୟକ୍ତିଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ଅନୁମତି ମିଳିବ । ହୋମ୍ ଆଇସୋଲେସନ ପାଇଁ ଘରେ ଉଚିତ୍ ବ୍ୟବସ୍ଥା ଥିଲେ ରହିପାରିବେ । ୨୪ ଘଣ୍ଟିଆ ଯତ୍ନ ନେଇପାରୁଥିବା ଜଣେ ପରିବାର ଲୋକ ରହିବା ଆବଶ୍ୟକ । କେବଳ ଡାକ୍ତରଙ୍କ ଅନୁମତିକ୍ରମେ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ । ଏଡସ, କ୍ୟାନସର ରୋଗ ଥିବା ବ୍ୟକ୍ତିଙ୍କୁ ହୋମ୍ ଆଇସୋଲେସନରେ ରହିବା ମନା ହୋଇଛି ।

Get real time updates directly on you device, subscribe now.