fbpx

୫ଟି ରାଜ୍ୟରେ କିଏ କରିବ ରାଜୁତି? ଜାଣନ୍ତୁ କ’ଣ କହୁଛି ଏକଜିଟ୍ ପୋଲ୍‌

ନୂଆଦିଲ୍ଲୀ,୨୯ ।୪: କରୋନା କାଳ ମଧ୍ୟରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ । ମେ ୨ ରେ ଆସାମ, ତାମିଲନାଡୁ, ପୁଡୁଚେରୀ ଏବଂ କେରଳ ଭଳି ପଶ୍ଚିମବଙ୍ଗରେ ଭୋଟ୍ ଗଣାଯିବ । କିନ୍ତୁ ଫଳାଫଳ ପୂର୍ବରୁ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆସିଯାଇଛି ଏକଜିଟ୍ ପୋଲର ରେଜଲ୍ଟ । ଏହି ରାଜ୍ୟଗୁଡିକର କିଏ ସରକାର ଗଠନ କରିବାକୁ ଯାଉଛିି, ତାହା ଏକଜିଟ୍ ପୋଲ୍ ମାଧ୍ୟମରେ ଜଣାପଡିଛି । କିନ୍ତୁ ଏହି ରେଜଲ୍ଟ ପ୍ରକୃତ ଫଳାଫଳ ହେବ ନାହିିଁଁ ।

ତେବେ ଟିଭି-୯ ରିପୋର୍ଟ ଅନୁସାରେ ଆସାମରେ କଡାଟକ୍କର ହେବାକୁ ଯାଉଛି । ବିଜେପି ୮୯ରୁ ୬୯, କଂଗ୍ରେସ ୫୫ରୁ ୬୫ ଟି ଆସନ ହାତେଇବାର ସମ୍ଭାବନା ରହିଛି । ରିପବ୍ଲିକ ସିଏନ ଏକ୍ସ ଅନୁସାରେ, ଆସାମରେ ବିଜେପି ୭୪ରୁ ୮୪, କଂଗ୍ରେସ ୪୦ରୁ ୫୦ ଓ ଅନ୍ୟାନ୍ୟରେ ୧ରୁ ୩ ରହିଛି । ଇଣ୍ଡିଆ ଟୁଡେ ମୁତାବକ, ଆସାମରେ ବିଜେପି ୭୫ରୁ ୮୫, କଂଗ୍ରେସ ୪୦ରୁ ୫୦ ଓ ଅନ୍ୟାନ୍ୟରେ ୧ରୁ ୪ ଭିତରେ ରହିବ । ଇଣ୍ଡିଆଟୁଡେ଼ ଆକ୍ସିସ ମାଇ ଇଣ୍ଡିଆର ଆକଳନ ଅନୁଯାୟୀ ଆସାମରେ ବିଜେପି ୭୫ରୁ ୮୫ ଆସନ ପାଇବ । ଯେତେବେଳେକି କଂଗ୍ରେସ ୪୦ରୁ ୫୦ ଆସନରେ ବାଜିମାତ କରିବ । ସେହିପରି ଅନ୍ୟ ଦଳ ୧ରୁ ୨ ଆସନ ପାଇବେ ବୋଲି ଆକଳନ କରାଯାଇଛି ।

ଏବିପି ରିପୋର୍ଟ ଅନୁସାରେ, ପଶ୍ଚିମବଙ୍ଗରେ ଟିଏମସି ଆଗୁଆ ରହିଛି । ଟିମଏସି ୧୫୨ରୁ ୧୬୪ ଓ ବିଜେପି ୧୦୯ରୁ ୧୨୧ ଆସନ ହାତେଇବା ଏକଜିଟ ପୋଲରେ ଆସିଛି । ରିପବ୍ଲିକ ସିଏନ ଏକ୍ସ ରିପୋର୍ଟରେ ପଶ୍ଚିମବଙ୍ଗରେ ବିଜେପି ଆଗୁଆ ରହିଛି । ବିଜେପି ୧୩୮ରୁ ୧୪୮, ଟିଏମସି ୧୨୮ରୁ ୧୩୮ଆସନ ହାତେଇପାରେ ।

ରିପବ୍ଲିକ ସିଏନ ଏକ୍ସ ରିପୋର୍ଟ ଅନୁସାରେ, ତାମିଲନାଡୁରେ ଡିଏମକେ ୧୬୦ରୁ ୧୭୦ ଆସନ ହାତେଇବ । ଏହା ସହ ଏଆଇଏଡିଏମକେ ୫୮ରୁ ୬୮ ଓ ଏମଏନଏମ ୪ରୁ ୬ ଆସନ ହାତେଇପାରେ ।

ରିପବ୍ଲିକ ସିଏନ ଏକ୍ସ ରିପୋର୍ଟ ଅନୁସାରେ କେରଳରେ ବାଜି ମାରିପାରେ ଏଲଡିଏଫ୍ ଦଳ । ଏଲଡିଏଫ ୭୨ରୁ ୮୦, ୟୁଡିଏଫ ୫୮ରୁ ୬୪ ଆସନ ହାତେଇବାର ସମ୍ଭାବନା ରହିଛି ।

ରିପବ୍ଲିକ ସିଏନ ଏକ୍ସ ରିପୋର୍ଟ ଅନୁସାରେ ପୁଡୁଚେରୀରେ ବିଜେପି ୧୬ରୁ ୨୦ଟି ଆସନ ହାତେଇପାରେ । ଏହା ସହ କଂଗ୍ରେସ ୧୧ରୁ ୧୩ ଆସନ ହାତେଇବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.