fbpx

କେତେ ଲୋକରେ ଉଡ଼ିବ ଜାତୀୟ ପତାକା? ଜାନୁଆରୀ ୨୬ ପାଇଁ ଆସିଲା ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣତନ୍ତ୍ର ଦିସବ ପାଳନ ପାଇଁ ଗାଇଡଲାଇନ୍ ଜାରି ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ନୂଆ ଗାଇଡଲାଇନ୍ ଅନୁସାରେ, ବ୍ୟକ୍ତିଗତ ବାସଭବନରେ ପତାକା ଉତ୍ତୋଳନ ପାଇଁ ୫ ଜଣଙ୍କୁ ଅନୁମତି ଦିଆଯାଇଛି । କ୍ଲବ ଓ ଅନୁଷ୍ଠାନରେ ୧୦ରୁ ଅଧିକ ଲୋକ ସାମିଲ ହୋଇପାରିବେନି । ପତାକା ଉତ୍ତୋଳନ ବେଳେ କୋଭିଡ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି ।

ତେବେ ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ଯେଉଁଥିପାଇଁ କଟକଣା ଲାଗୁ ହେଉଛି । ଆଜି ୫,୮୯୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୪୧୩ ଓ ସ୍ଥାନୀୟ ଅଞ୍ଚଳରୁ ୨୪୭୮ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୮୫୨ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୭ ହଜାର ୮୪୨ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୩୧ ହଜାର ୯୧୭ ରହିଥିବା ବେଳେ ୭୭ ହଜାର ୩୪୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.