fbpx

ପ୍ରାର୍ଥୀପତ୍ର ଦାଖଲ ହୋଇନଥିବା ସ୍ଥାନ ପୂରଣ ଲାଗି ପୁନଃ ବିଜ୍ଞପ୍ତି, ଜାଣନ୍ତୁ କେବେ ପାଇବ ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରାର୍ଥୀପତ୍ର ଦାଖଲ ହୋଇନଥିବା ସ୍ଥାନ ପୂରଣ ପାଇଁ ପୁନଃ ବିଜ୍ଞପ୍ତି ଜାରି ହୋଇଛି । ପୁନଃ ବିଜ୍ଞପ୍ତି ଜାରି ନେଇ ଏସଇସି ଆଦିତ୍ୟ ପାଢ଼ୀ ସୂଚନା ଦେଇଛନ୍ତି । ତେବେ ଆସନ୍ତା ୨୭ ତାରିଖରେ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ ପାଇବ । ଆସନ୍ତା ୨୭ରୁ ୪ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ ବୋଲି ସେ ସୂଚନା ରହିଛି । ଦ୍ୱିତୀୟ ସୁଯୋଗ ପରେ ଯଦି କେହି ଦାଖଲ କରୁନାହାନ୍ତି ତାହେଲେ ଆଉ ସୁଯୋଗ ମିଳିବ ନାହିଁ । ବର୍ତ୍ତମାନ ରାଜ୍ୟରେ ୪ ହଜାରରୁ ଅଧିକ ସ୍ଥାନରେ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥୀ ନାହାନ୍ତି । ସେହିପରି କେତେକ ସ୍ଥାନରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇନାହିଁ । କିନ୍ତୁ ଜିଲ୍ଲା ପରିଷଦ ପାଇଁ ସେହିଭଳି କିଛି ନାହିଁ । ଏନେଇ ରାଜ୍ୟ ନିର୍ବାଚନ କମିଶନ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।

 

Get real time updates directly on you device, subscribe now.