fbpx

କରୋନା ସଂକ୍ରମିତ ପିଲାଙ୍କର କିପରି କରିବେ ଚିକିତ୍ସା? ଜାଣନ୍ତୁ କେନ୍ଦ୍ରର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣର ତୃତୀୟ ଲହରରେ ଶିଶୁ ଓ କିଶୋରମାନେ ଅଧିକ ସଂକ୍ରମିତ ହେଉଛନ୍ତି । ଏହାକୁ ଦୃଷ୍ଟି ରଖି କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ଶିଶୁ ଓ କିଶୋରମାନଙ୍କ କରୋନାରୁ ରକ୍ଷା କରିବା ପାଇଁ ପରାମର୍ଶ ଦିଆଯିବା ସହିତ ତାଙ୍କର ଚିକିତ୍ସାକୁ ନେଇ ୁୁୁୁୁୁୁୁୁୁୁୁୁୁୁୁୁୁୁୁୁୁକୁହାଯାଇଛି । ସରକାରଙ୍କ ପକ୍ଷରୁ ୨୦ ଜାନୁଆରୀରେ ନୂଆ ଗାଇଡଲାଇନ୍ ଜାରି ହୋଇଛି ।

ନୂଆ ଗାଇଡଲାଇନ୍ ଅନୁସାରେ, ଶିଶୁ ଓ କିଶୋରମାନେ କରୋନା ସଂକ୍ରମିତ ଥିଲେ ସେମାନଙ୍କୁ ଚିକିତ୍ସା ସମୟରେ ଆଣ୍ଟି ଭାଇରସ୍ ମେଡିସିନ୍ ନଦେବାକୁ କୁହାଯାଇଛି । ଏଥିରେ କୁହାଯାଇଛି ଯେ, ଯଦି ସଂକ୍ରମିତ ପିଲାଙ୍କ ବୟସ ୧୮ ବର୍ଷରୁ କମ୍, ତେବେ ସେମାନଙ୍କୁ ରେମଡେସିଭିର, ମଲନପୁରଭିର, ଫାଭିପିରାଭିର, ଫ୍ଲୁଭକ୍ସାମାଇନ୍ ଭଳି ମେଡିସନ୍ ଦିଆଯିବା ଉଚିତ୍ ନୁହେଁ । ଏହା ସହ ମଣିଷ ଶରୀରରେ ମୋନୋକ୍ଲୋନାଲ ଆଣ୍ଟିବଡ଼ି ଉତ୍ପାଦନ କରୁଥିବା ମେଡିସିନ୍ ଯଥା- ସାଟ୍ରୋଭିମାବ, କ୍ୟାସିରିଭିମାବ+, ଇମଡେଭିମାବ ମଧ୍ୟ ସେମାନଙ୍କୁ ଦେବା ଠିକ୍ ନୁହେଁ ।

ସରକାରଙ୍କ କହିବା ମୁତାବକ, ଏହି ପ୍ରକାରର ମେଡିସିନ୍ ମଣିଷ ଶରୀରରେ ସୁଫଳ ଦେଉଛି କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଏହି ବାବଦରେ ଅଧ୍ୟୟନ ଜାରି ରହିଛି । ତେଣୁ ପିଲାମାନଙ୍କୁ ଏହି ମେଡିସିନ୍ ଦେବାକୁ ସୁପାରିଶ କରାଯାଇପାରିବ ନାହିଁ । ନୂଆ ଗାଇଡଲାଇନ୍ ଅନୁସାରେ, ଓମିକ୍ରନ ଯୋଗୁଁ ବ୍ୟାପୁଥିବା ସଂକ୍ରମଣ ଏତେ ଗୁରୁତର ନୁହେଁ । ଏଥିପାଇଁ ଯଦି ପିଲାଙ୍କଠାରେ ଲକ୍ଷଣ ନାହିଁ ବା ସାମାନ୍ୟ ରହିଛି, ତେବେ ତାଙ୍କୁ ଘରେ ରଖି ଚିକିତ୍ସା କରିବାକୁ ଚେଷ୍ଟା କରନ୍ତୁ । ୧୫ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବା ଉଚିତ୍ । ୫ ବର୍ଷରୁ କମ ପିଲାଙ୍କୁ ମାସ୍କ ପିନ୍ଧିବା ଆବଶ୍ୟକତା ବିଷୟରେ କିଛି ଉଲ୍ଲେଖ କରାଯାଇ ନାହିଁ । ଜ୍ୱର ହେଲେ ପିଲାଙ୍କୁ ପାରାସିଟାମଲ ଦିଆଯାଇ ପାରିବ ବୋଲି ସରକାରଙ୍କ ଗାଇଡଲାଇନରେ ରହିଛି । କାଶ ସହିତ ଗଳାରୁ ମୁକ୍ତି ପାଇଁ ସାମାନ୍ୟ ସିରପ ଇତ୍ୟାଦି ଦିଆଯାଇପାରେ ।

Get real time updates directly on you device, subscribe now.