fbpx

ତପସ୍ୱିନୀଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୮ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମୁପରର ଚର୍ଚ୍ଚିତ ଦମ୍ପତ୍ତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ଏବେ ବି ଜାରି ରହିଛି । ଦୁହିଁଙ୍କ ମାମଲା ହାଇକୋର୍ଟରେ ପହଞ୍ଚିଛି । ତପସ୍ୱିନୀ ଓ ତାଙ୍କ ବାପାଙ୍କୁ ପକ୍ଷ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁମିତ କରିଥିବା ମାମଲାରେ ନୋଟିସ୍ କରିଛନ୍ତି ହାଇକୋର୍ଟ । ଆସନ୍ତା ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୂଚନାଯୋଗ୍ୟ, ତପସ୍ୱିନୀ ସୁମିତଙ୍କୁ ନିଜ ସ୍ୱାମୀ ବୋଲି କହିବା ସହ ଘରେ ବୋହୂ ରୂପେ ସ୍ୱୀକାର କରିବାକୁ ଦାବି କରି ସୁମିତଙ୍କ ବ୍ରହ୍ମାନଗର ବାସ ଭବନ ସାମ୍ନାରେ ଧାରଣାରେ ବସିଥିଲେ । ଏହି ମାମଲା କୋର୍ଟକୁ ମଧ୍ୟ ଯାଇଥିଲା । କୋର୍ଟ ଏହି ମାମଲାର ଶୁଣାଣି କରିବା ସହ ତପସ୍ୱିନୀଙ୍କୁ ସୁମିତଙ୍କ ଘରେ ରହିବା ସହ ମାସକୁ ୧୭ ହଜାର ଟଙ୍କା ଦେବା ପାଇଁ କହିଥିଲେ । ସେପଟେ ସୁମିତ୍ ତାଙ୍କୁ ୧୭ ହଜାର ଟଙ୍କା ନଦେବା ସହ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଦର୍ଶାଇ ପୁଣି ଥରେ ପିଟିସନ କରିଥିଲେ । ଯାହାର ଶୁଣାଣି କରି କୋର୍ଟ ତପସ୍ୱିନୀଙ୍କୁ ଟଙ୍କା ନଦେବା ମାମଲାର ସ୍ୱତନ୍ତ୍ର ଭାବରେ ପିଟିସନ କରିବାକୁ କହିଥିଲେ ।

Get real time updates directly on you device, subscribe now.