fbpx

ଗୁଡ଼ି ଉଡ଼ାଇବା ପାଇଁ ଜାରି ହେଲା ଗାଇଡଲାଇନ୍: ମନେ ରଖନ୍ତୁ ଏହି ନିୟମ…

ବାଲେଶ୍ୱର: ବାଲେଶ୍ୱର ସହରରେ ଗୁଡ଼ି ଉଡ଼ାଇବା ଉପରେ ଲାଗିଛି କଟକଣା । ୨ ଦିନରେ ଗୁଡ଼ି ଉଡ଼ାଇବା ସମୟରେ ୨ଟି ବଡ଼ ଅଘଟଣ ଘଟିବା ପରେ ସରକାର ଏଭଳି ଏକ ପଦକ୍ଷେପ ନେଇଛନ୍ତି । ଗତ ୨ ଦିନ ଭିତରେ ଗୁଡ଼ି ସୂତାରେ ୨ ଜଣ ଆହତ ହେବା ପରେ ଏହି କଟକଣା ଲାଗୁ କରାଯାଇଛି । ଏଣିକି ରାସ୍ତା ଉପରେ ଗୁଡ଼ି ଉଡ଼ାଇବା ଉପରେ କଟକଣା ଜାରି ହୋଇଛି । କେବଳ ଖୋଲା ପଡ଼ିଆରେ ହିଁ ଗୁଡ଼ି ଉଡ଼ାଇବାକୁ ଅନୁମତି ମିଳିପାରିବ । ତେବେ ଯଦିକୌଣସି ବ୍ୟକ୍ତିଙ୍କୁ ରାସ୍ତା ଉପରେ ଗୁଡ଼ି ଉଡ଼ାଇବାର ଦେଖାଯାଏ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ନେଇ ବାଲେଶ୍ୱରର ପୌର ପ୍ରଶାସନକୁ ଜିଲ୍ଲାପାଳଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି । ଆଜିଠାରୁ ରାସ୍ତା ଉପରେ କୌଣସି ବ୍ୟକ୍ତି ଗୁଡ଼ି ଉଡ଼ାଇପାରିବେ ନାହିଁ ।

Get real time updates directly on you device, subscribe now.