fbpx
BSKY
BJD SHG SKY
BJD YOUTH SKY

ତିସ୍ତା ସିତଲୱାଡଙ୍କ ଜାମିନ୍ କୁ ଗୁଜରାଟ ସରକାରଙ୍କ ବିରୋଧ, କାଲି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଳୀ: ୨୦୦୨ ଗୁଜରାଟ ଦଙ୍ଗା ସହ ଜଡ଼ିତ ମାମଲାକୁ ନେଇ ଜେଲରେ ଥିବା ତିସ୍ତା ସିତଲୱାଡ଼ଙ୍କ ଜାମିନ୍ ଉପରେ ଆସନ୍ତାକାଲି ଶୁଣାଣି କରିବେ ସୁପ୍ରମିକୋର୍ଟ । ଏହା ପୂର୍ବରୁ ଗୁଜରାଟ ସରକାର ତିସ୍ତାଙ୍କ ଜାମିନ୍ କୁ ନେଇ ହୋଇଥିବା ଯାଚିକାକୁ ବିରୋଧ କରିଥିଲେ । ସରକାର ଜାମିନ୍ ର ବିରୋଧ କରି କହିଛନ୍ତି ଯେ ତିସ୍ତାଙ୍କୁ ‘ନିରୀହ’ଙ୍କୁ ଫସାଇବା ପାଇଁ ବଡ଼ ଆକାରରେ ଟଙ୍କା ମିଳିଥିଲା । ଗୁଜରାଟ ସରକାର କହିଛନ୍ତି ଯେ ସେ ବରିଷ୍ଠ ରାଜନେତାଙ୍କ ଇସାରାରେ ଷଡ଼ଯନ୍ତ୍ର ରଚିଥିଲେ । ଏହି ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କରିବେ ।

ପ୍ରକୃତରେ ତିସ୍ତାଙ୍କ ଉପରେ ୨୦୦୨ ଗୁଜରାଟ ଦଙ୍ଗାକୁ ମାମଲାରେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫସାଇବା ପାଇଁ ଦସ୍ତାବେଜ୍ ପ୍ରସ୍ତୁତ କରିଥିବା ନେଇ ଅଭିଯୋଗ ରହିଛି । ମାନବାଧିକାର କର୍ମୀ ତିସ୍ତା ସିତଲୱାଡ଼ ଏହି ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଗୁଜରାଟ ହାଇକୋର୍ଟ ୨ ଅଗଷ୍ଟରେ ଏସଆଇଟିକୁ ନୋଟିସ ଜାରି କରି ସିତଲୱାଡ ଏବଂ ଗୁଜରାଟର ପୂର୍ବ ପୋଲିସ ଡିଜିପି ଆରବି ଶ୍ରୀକୁମାରଙ୍କ ଦ୍ୱାରା ଦାୟର ଜାମିନ୍ ଯାଚିକା ଉପରେ ଜବାବ ଦେବାକୁ କହିଥିଲେ ।

Get real time updates directly on you device, subscribe now.