fbpx
BJD SKY
BJD SKY

ଦେଶର ପ୍ରଥମ AC Resturant: ଆଦିମ ଜନଜାତିର ମହିଳା କରିବେ ପରିଚାଳନା

BJD

କଳାହାଣ୍ଡି: ଓଡିଶାରେ ସ୍ଥାପନ ହୋଇଛି ଭାରତର ପ୍ରଥମ ଏସି ରେଷ୍ଟୁରାଣ୍ଟ । ଆଦିମ ଜନଜାତିର ମହିଳା ମାନେ ନିଜକୁ ସ୍ୱାବଲମ୍ବୀ କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ତେବେ ଏହି ଏସି ରେଷ୍ଟୁରାଣ୍ଟଟି କେବଳ ଜନଜାତି ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଥିବା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରୁ ୬୦୦ କିଲୋମିଟର ଦୂର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ଠାରେ ଏଭଳି ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି ଆଦିମ ଜନଜାତିର ମହିଳା ।

ସୂଚନା ମୁତାବକ, ଲାଞ୍ଜିଗଡ଼ସ୍ଥିତ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ଆର୍ଥିକ ସହାୟତା ଓ ମିଶନଶକ୍ତିର ତାଲିମ ଦ୍ୱାରା ସ୍ୱାବଲମ୍ବୀ ହୋଇଛନ୍ତି ଏହି ଅଞ୍ଚଳର ପାଞ୍ଚଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ତେବେ ଗୋଷ୍ଠୀର ୫୦ ଜଣ ଆଦିମ ଜନଜାତି ମହିଳାଙ୍କ ଦ୍ୱାରା ଏହି ରେଷ୍ଟୁରାଣ୍ଟଟି ପରିଚାଳିତ ହେଉଛି । ଯେଉଁଁମାନେ ସରକାରୀ ଆର୍ଥିକ ଅନୁଦାନ ସହିତ ଉପଯୁକ୍ତ ତାଲିମ ପରେ ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ଅଣ୍ଟା ଭିଡ଼ିଛନ୍ତି ।

ରେଷ୍ଟୁରାଣ୍ଟର ଏହି ମହିଳାମାନେ ସକାଳ ଜଳଖିଆଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ମହିଳା ସଶକ୍ତିକରଣର ଉଦାହରଣ ଭାବେ ନିଜକୁ ପ୍ରମାଣ କରିପାରିଛନ୍ତି ଆଦିମ ଜନଜାତି ମହିଳା । ତେବେ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ଏମାନେ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

Get real time updates directly on you device, subscribe now.