fbpx
BJD
BJD SKY
BJD SKY

ରାଜ୍ୟରେ ବନ୍ଧୁକ କାରଖାନା ଠାବ: ଜଣେ ଗିରଫ, ଜାଣନ୍ତୁ କେଉଁଠୁ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ରାଜ୍ୟର ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ମାଣ୍ଡିଆବେଡ଼ାରେ ବନ୍ଧୁକ କାରଖାନା ଠାବ ହୋଇଛି । କୌଣସି ସୂତ୍ରରୁ ଖବର ପାଇ ବନ୍ଧୁକ କାରଖାନା ଠାବ କରିଛି ପୋଲିସ । ଏହି ମାମଲାରେ ଅଭିଯୁକ୍ତ ବନ୍ଧୁକ କାରିଗର ସଂଗ୍ରାମ ଲୋହରା ଗିରଫ ହୋଇଥିବା ଜଣାପଡିଛି ।

ତେବେ ଚଢ଼ାଉ ବେଳେ ଅଭିଯୁକ୍ତ ଘରୁ ୨ଟି ଅର୍ଦ୍ଧନିର୍ମିତ ବନ୍ଧୁକ ସହିତ ଛଅଟି ବେରେଲ୍ ପାଇପ୍, ଟ୍ରିଗର ଛଅଟି, ଚାରିଟି ହାତୁଡ଼ି ସହ ଦୁଇଟି କିପେଡ ମୋବାଇଲ ଓ ଅନ୍ୟାନ୍ୟ ମୋବାଇଲ ସରଞ୍ଜାମ ଜବତ କରାଯାଇଛି । ଏନେଇ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ ।

Get real time updates directly on you device, subscribe now.