fbpx

ମେକ୍ସିକୋର ସିଟି ହଲରେ ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼: ମେୟରଙ୍କ ସମେତ ୧୮ ମୃତ

ମେକ୍ସିକୋ: ଆମେରିକାର ମେକ୍ସିକୋରେ ପୁଣି ଥରେ ରକ୍ତ ସଂଘର୍ଷ ଦେଖିବାକୁ ମିଳିଛି । ସହରର ସୈନ ମେଗୁଲ ଟୋଟୋଲେପନରେ ଥିବା ସିଟି ହଲରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତିି । ଏହି ଗୁଳିମାଡ଼ରେ ମେୟରଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଗୁଳି ବିନିମୟ ବେଳେ ସିଟି ହଲରେ ଏବଂ ଆଖପାଖରେ ହଇଚଇ ସୃଷ୍ଟି ହୋଇଥିଲା । ତେବେ ଏହି ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏହି ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଗୁଳିମାଡ଼ ସମୟରେ ସିଟି ହଲରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ । ବୁଧବାର ସନ୍ଧ୍ୟାରେ ହୋଇଥିବା ଏହି ଗୁଳିମାଡ଼ରେ ଦୁର୍ବୃତ୍ତମାନେ ବିପଜ୍ଜନକ ଅସ୍ତ୍ର ବ୍ୟବହାର କରିଥିଲେ । ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ବହୁ ସଂଖ୍ୟାରେ ରକ୍ତ ଜୁଡୁବୁଡୁ ମୃତଦେହ ସିଟି ହଲ୍ ବାହାରେ ପଡ଼ିଥିବାର ନଜର ଆସିଛିି । ଏହା ସହିତ ବିଲଡିଂରେ ଆଖିବୁଜା ଗୁଳିକାଣ୍ଡ ପରେ ‘ହୋଲ’ ବା ଗାତ ହୋଇଥିବାର ଚିହ୍ନ ଦେଖିବାକୁ ମିଳିଛି ।

ଏହି ଆକ୍ରମଣ ପାଇଁ ଅପରାଧୀ ସଂଗଠନ ଲସ୍ ଟେକ୍ଲେରୋସ୍ ନିଜକୁ ଦାୟୀ କରିଛି । ସେ ସୋସିଆଲ ମିଡିଆରେ ଏଥିପାଇଁ ଏକ ଭିଡିଓ ସେୟାର କରିଛିି । ମେୟର କନରାଡୋ ମେଣ୍ଡୋଜା ମେକ୍ସିକୋର ପିଆରଡି ପାର୍ଟି ସହ ଜଡ଼ିତ ଥିଲେ । ମେୟରଙ୍କ ମୃତ୍ୟୁକୁ ପାର୍ଟି ନିଶ୍ଚିତ କରିଛି । ପାର୍ଟି ତାଙ୍କ ମୃତ୍ୟୁକୁ ନିନ୍ଦା କରିଛି ଏବଂ ଶାନ୍ତି ବଜାୟ ରଖିବାକୁ ସମସ୍ତଙ୍କୁ ନିବେଦନ କରିଛି । ଏହା ସହିତ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ନ୍ୟାୟ ଦାବି କରାଯାଇଛି । ମେକ୍ସିକୋରେ ଏହି ଘଟଣା ଗତ କିଛି ସପ୍ତାହ ମଧ୍ୟରେ ତୃତୀୟ ଘଟଣା ବୋଲି ଜଣାପଡିଛି ।

Get real time updates directly on you device, subscribe now.