fbpx

ଗଞ୍ଜାମର ମେରୁଯାତ୍ରା ବନ୍ଦ୍ କରିବାକୁ ନିଷ୍ପତ୍ତି

Advertisement

ଗଞ୍ଜାମ, ୧୨ା୪(ଓଡ଼ିଶା ଭାସ୍କର): ଚଳିତବର୍ଷ ମହାମାରୀ କରୋନାର କରାଳ ପ୍ରକୋପରେ ସାରା ବିଶ୍ୱ ତଥା ଆମ ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାସହ କରୋନା ମୁକାବିଲା ପାଇଁ ଦେଶ ତଥା ରାଜ୍ୟବ୍ୟାପୀ ଲକ୍ ଡାଉନ ଜାରି ରହିଥିବାରୁ ଗଞ୍ଜାମର ପ୍ରସିଦ୍ଧ ମେରୁଯାତ୍ରା ହେବନି ବୋଲି ସୂଚନା ମିଳିଛି । କରୋନା ସଂକ୍ରମଣ ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ ପାଳନ ହେବାର ଥିଲା ମେରୁ ଯାତ୍ରା । ଦଣ୍ଡକାଳୀ ଯାତ୍ରାର ଅନ୍ତିମ ଦିନକୁ ମେରୁ ଯାତ୍ରା ଭାବେ ପାଳନ କରାଯାଇଥାଏ ।

Get real time updates directly on you device, subscribe now.