fbpx

ଡି-ବ୍ରଦର୍ସଙ୍କ ଘରୁ ପୁଣି ବନ୍ଧୁକ-ଗୁଳି ଜବତ

ଭୁବନେଶ୍ୱର,୨୫ ।୧୨(ଓଡିଶା ଭାସ୍କର): ଧଳ ସାମନ୍ତ ବ୍ରଦର୍ସଙ୍କ ଘରୁ ପୁଣି ବନ୍ଧୁକ ଓ ଗୁଳି ଜବତ ହୋଇଛି । ୩ଟି ବନ୍ଧୁକ ସମେତ ୧୭୦ ରାଉଣ୍ଡ ଗୁଳି ଜବତ ହୋଇଥିବା ସୂଚନା ମିଳିଛି । ଡି-ବ୍ରଦର୍ସ ଘରେ ସର୍ଚ୍ଚ କରୁଥିବା ବେଳେ ବନ୍ଧୁକ ଜବତ କରିଛି କମିଶନରେଟ ପୋଲିସ । କଟକ ସିଡିଏ ସ୍ଥିତ ଘରେ ଏବେ ବି ପୋଲିସ ସର୍ଚ୍ଚ ଜାରି ରଖିଛି । ଏନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି ।

ତେବେ ଡି-ବ୍ରଦର୍ସଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ଯାଞ୍ଚ କରୁଛି ପୋଲିସ । ପୂର୍ବରୁ ଡି-ବ୍ରଦର୍ସଙ୍କ ଘରୁ ୮ଟି ବନ୍ଧୁକ, ୧୦୫୫ ରାଉଣ୍ଡ ଗୁଳି ମିଳିଥିଲା ।

 

Get real time updates directly on you device, subscribe now.