fbpx

ରାମ ରହିମଙ୍କ ସମେତ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦା ମୁଖ୍ୟ ଆତ୍ମଘୋଷିତ ବାବା ଗୁରମିତ ରାମ ରହିମଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ମାମଲାରେ କୋର୍ଟ ଆଉ ୪ ଜଣଙ୍କୁ ମଧ୍ୟ ସମାନ ସଜା ଶୁଣାଇଛନ୍ତି । ମ୍ୟାନେଜର ରଞ୍ଜିତ ସିଂ ହତ୍ୟା ମାମଲାରେ କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତି । ଏହା ସହିତ ରାମ ରହିମଙ୍କୁ ୩୧ ଲକ୍ଷ ଏବଂ ଅନ୍ୟ ୩ ସମର୍ଥକଙ୍କୁ ୫୦ ହଜାର ଟଙ୍କାର ଜୋରିମାନା କରାଯାଇଛି ।
ରଞ୍ଜିତ ସିଂ ନିଜେ ରାମ ରହିମଙ୍କ ଜଣେ ଭକ୍ତ ଥିଲେ । ରାମ ରହିମଙ୍କ ଅନ୍ଧ ସମର୍ଥକ ରହିଥିବା ରଞ୍ଜିତଙ୍କୁ ୨୦୦୨ର ଗୁଳି କରି ହତ୍ୟା କରାଯାଇଥିଲା । ହରିୟାଣାର ଶୀର୍ଷା ଆଶ୍ରମରେ ମ୍ୟାନେଜର ରହିଥିବା ବେଳେ ତାଙ୍କୁ ଗୁଳି କରି ମାରି ଦିଆଯାଇଥିଲା । ଏହି ମାମଲାରେ ପୂର୍ବରୁ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

Get real time updates directly on you device, subscribe now.