fbpx

ମାଇନସ୍ ୯ ଡିଗ୍ରୀରେ ମ୍ୟୁଜିକ୍ ଭିଡିଓ ସୁଟ୍ କଲେ ଗୁରୁ, ନାକରୁ ବାହାରିଲା ରକ୍ତ

ମୁମ୍ବାଇ, ୨୯ା୧: କୌଣସି ଆଲବମ୍ ବା ଫିଲ୍ମ ସୁଟିଂ କରିବା ପାଇଁ ସେଲିବ୍ରେଟିମାନେ କଠୋର ପରିଶ୍ରମ କରିଥାନ୍ତି । ଏପରିକି ନିଜର ଜୀବନକୁ ବାଜି ଲଗାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ସିଙ୍ଗର ଗୁରୁ ରାନ୍ଧୱା । ନିକଟରେ ଏକ ମ୍ୟୁଜିକ୍ ଭିଡିଓର ସୁଟିଂ କରିବା ଅବସରରେ ଗୁରୁ ୯ ଡିଗ୍ରୀ ତାପମାତ୍ରାକୁ ଖାତିର ନ କରି ସୁଟିଂ କରି ଚର୍ଚ୍ଚାକୁ ଆସିଛନ୍ତି ।

ଟି-ସିରିଜ ଦ୍ୱାରା ପ୍ରସ୍ତୁତ ଏକ ମ୍ୟୁଜିକ ଭିଡିଓର ସୁଟିଂ ଗୁରୁ କାଶ୍ମୀର ଅଞ୍ଚଳରେ କରୁଥିଲେ । ଏହି ଦୃଶ୍ୟରେ ଗୁରୁଙ୍କ ସହିତ ଥିଲେ ଅଭିନେତ୍ରୀ ଶ୍ରୀନାଲ ଠାକୁର । ଏନେଇ ଗୁରୁ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିଛନ୍ତି । ଫଟୋରେ ଗୁରୁ କାଶ୍ମୀରରେ ମାଇନସ ୯ ଡିଗ୍ରୀ ତାପମାତ୍ରା ବିଶିଷ୍ଟ ବରଫ ମଧ୍ୟରେ ରହିଥିବା ବେଳେ ତାଙ୍କ ନାକରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା । ସେ ସେଥିରେ ଲେଖିଛନ୍ତି ଯେ, ‘ମାଇନସ ୯ ଡିଗ୍ରୀରେ ସୁଟ୍ କରିବା ବହୁତ କଷ୍ଟ, ମାତ୍ର ପରିଶ୍ରମ ହିଁ ଆଗକୁ ବଢ଼ିବାର ଏକମାତ୍ର ଉପାୟ ।’ ଏହି ଫଟୋ ଦେଖିବା ପରେ ତାଙ୍କର ଫ୍ୟାନମାନେ ତାଙ୍କୁ ନିଜର ଯତ୍ନ ନେବା ପାଇଁ କହିଥିଲେ । ଅଭିନେତ୍ରୀ ଶ୍ରୀନାଲ ଠାକୁର ମଧ୍ୟ ବରଫ ମଧ୍ୟରେ ମଜା କରୁଥିବାର ଫଟୋ ଓ ଭିଡିଓ ସେୟାର କରିଥିଲେ । ଟି-ସିରିଜ୍ ଦ୍ୱାରା ଏହି ଗୀତଟି ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଥିବାବେଳେ ଏହାର ଟାଇଟଲ ନେଇ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।

Get real time updates directly on you device, subscribe now.