fbpx

୬ ଜୁନରେ ଏହି ରାଶିର ବ୍ୟକ୍ତିମାନେ ହେବେ ଧନବାନ, ଗୁରୁ ଉଦୟ କରିବେ ଭାଗ୍ୟ

ଓଡ଼ିଶା ଭାସ୍କର: ଗୁରୁ ଗ୍ରହ ଗୋଟିଏ ବର୍ଷ ମଧ୍ୟରେ ରାଶି ପରିବର୍ତ୍ତନ କରନ୍ତି । ଏହି ସମୟରେ ଗୁରୁ ବୃଷ ରାଶିରେ ପ୍ରବେଶ କରିବେ ଏବଂ ୧୧ ମାସ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଗତ ୭ ମେ ରୁ ଗୁରୁ ଅସ୍ତ ହୋଇଯାଇଥିଲେ । ଯାହା ପାଇଁ ସମସ୍ତ ଶୁଭ-ମାଙ୍ଗଳିକ କାର୍ଯ୍ୟ ହୋଇପାରୁନଥିଲା । ବର୍ତ୍ତମାନ ୬ ଜୁନ ୨୦୨୪ରେ ଗୁରୁ ଉଦୟ ହେବାକୁ ଯାଉଛନ୍ତି । ଗୁରୁଙ୍କ ଉଦୟ ସମସ୍ତ ରାଶିମାନଙ୍କ ଉପରେ ଶୁଭ-ଅଶୁଭ ପ୍ରଭାବ ପକାଇଥାଏ । ସେହିପରି ରାଶିମାନଙ୍କୁ ଗୁରୁ ଉଦୟର ବଡ଼ ଲାଭ ମିଳିବ । ଜାଣନ୍ତୁ ଗୁରୁ ଉଦୟରୁ କେଉଁ ରାଶିମାନଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି ।

ବୃଷ ରାଶି: ଗୁରୁ ବୃଷ ରାଶିରେ ଉଦୟ ହେବେ ଏବଂ ଏହି ରାଶିର ଲୋକେ ଲାଭବାନ ହେବେ । ଲୋକମାନଙ୍କୁ ଚାକିରିରେ ପ୍ରମୋସନ ମିଳିବ । ଦରମା ବଢିବ । ପ୍ରଶଂସନୀୟ ହେବେ । ନୂଆ ଦାୟିତ୍ୱ ମିଳିବ । ବ୍ୟାପାର ବାଣିଜ୍ୟ ଲୋକମାନଙ୍କ ଭାଗ୍ୟ ଖୋଲିବ । ପାର୍ଟନରସିପର ଭଲ ଅଫର ମିଳିପାରେ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ ।

କର୍କଟ ରାଶି: ଗୁରୁ ଉଦୟରେ କର୍କଟ ରାଶିମାନଙ୍କୁ ଶୁଭଫଳ ମିଳିବ । ଆପଣଙ୍କୁ ଭାଗ୍ୟ ସାଥ ଦେବ । ଦୁଃଖ-ଚିନ୍ତା ଦୂର ହେବ । ଅଟକିଥିବା ଧନ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଆପଣ ନିବେଶର ଯୋଜନା କରିବେ । ଯେଉଁଥିରେ ଆପଣଙ୍କୁ ଭବିଷ୍ୟତରେ ଲାଭ ମିଳିବ । ସମ୍ମାନ ବଢିବ ।

ସିଂହ ରାଶି: ଗୁରୁ ଉଦୟ ହେବାରେ ସିଂହ ରାଶିର ଲୋକଙ୍କର ପୁରୁଣା ସମସ୍ୟା ଦୂର ହେବ । ବିଶେଷଭାବେ ଚାକିରି କରୁଥିବା ଲୋକଙ୍କ ପାଇଁ ଏହି ସମୟ ବହୁତ ଶୁଭ ଅଟେ । ଆପଣଙ୍କ ପ୍ରମୋଶନ ହୋଇପାରେ । ବେକାରୀଙ୍କୁ ରୋଜଗାର ମିଳିବ । ନୂଆ ସଂପର୍କରେ ଲାଭ ମିଳିବ । ବ୍ୟାପର ଭଲ ହେବ । ଆପଣଙ୍କ ଆୟ ବଢିବ । ବହୁ ସମୟ ପରେ ଆପଣ ଶାନ୍ତି ଅନୁଭବ କରିବେ ।

ବିଛା ରାଶି: ବିଛା ରାଶିର ଲୋକଙ୍କ ପାଇଁ ଗୁରୁ ଗ୍ରହର ଉଦୟ ଭଲ ରହିଥାଏ । ମହତ୍ତ୍ୱପୂର୍ଣ୍ଣ କାମ ପୁରା ହୋଇପାରେ, ଯାହାକୁ ଆପଣ ବହୁ ସମୟରୁ ଅପେକ୍ଷା କରୁଥିଲେ । ବ୍ୟାପାର-ବାଣିଜ୍ୟ ପ୍ରସାରଲାଭ କରିପାରେ । ବିଦେଶ ଯାତ୍ରାର ଯୋଗ ରହିଛି । ରୋଜଗାର ବଢିବ ସମ୍ଭାବନା ରହିଛି । ବୈବାହିକ ଜୀବନ ଖୁସି ରହିବ ।

Get real time updates directly on you device, subscribe now.