ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଦୁନିଆର ସବୁଠାରୁ ଲୋକପ୍ରିୟ ନେତାଙ୍କ ମଧ୍ୟରୁ ଜଣେ। ପିଏମ ମୋଦୀ ତିନୋଟି ଦେଶ ଗସ୍ତରେ ଅଛନ୍ତି। ଏହାପରେ ସେ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ବ୍ରାଜିଲର ରିୟୋ ଡି ଜେନେରିୟୋ ସହର ଯାଇଛନ୍ତି। ତେବେ ଶେଷ ଗସ୍ତରେ ପିଏମ ମୋଦୀ ବୁଧବାର ଗୁୟାନାରେ ପହଞ୍ଚିଛନ୍ତି। ବର୍ତ୍ତମାନ ଗୁୟାନା ଏବଂ ବାରବାଡୋସ, ଦୁଇଟି ଦେଶ ପିଏମ ମୋଦୀଙ୍କୁ ନିଜର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ କରିବାର ଘୋଷଣା କରିଛନ୍ତି।
ଗୁୟାନା ଏବଂ ବାରବାଡୋସ ପିଏମ ମୋଦୀଙ୍କୁ ନିଜର ସବୁଠୁ ବଡ଼ ପୁରଷ୍କାର ପ୍ରଦାନ କରିବାର ଘୋଷଣା କରିଛନ୍ତି। ସୂଚନା ମୁତାବକ, ଗୁୟାନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ସର୍ବୋଚ୍ଚ ଜାତୀୟ ପୁରଷ୍କାର ‘ଦ ଅର୍ଡର ଅଫ ଏକ୍ସିଲେନ୍ସ’ ପ୍ରଦାନ କରିବେ। ସେହିପରି ବାରବାଡୋସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଅର୍ଡର ଅଫ ଫ୍ରିଡମ ବାରବାଡୋସ’ ରେ ସମ୍ମାନୀତ କରିବେ।