fbpx

ନିର୍ମାଣ କାର୍ଯ୍ୟ ସମୟରେ ବାରମ୍ବାର ଘଟୁଥିଲା ଅଘଟଣ, କେତେବେଳେ ଅର୍ଥାଭାବ ତ ଆଉ କେତେବେଳେ ବିଲ୍ଡରଙ୍କ ମୃତ୍ୟୁ

Advertisement

ନୂଆଦିଲ୍ଲୀ:ସ୍ପେନର ଭାଲେନସିଆକୁ ଆର୍ଟସ୍ ଓ ସାଇନ୍ସର ସହର କୁହାଯାଏ । ଏଠାରେ ବିଭିନ୍ନ ପ୍ରକାର ଐତିହାସିକ କୀର୍ତ୍ତିରାଜି ରହିଛି ଯାହା ପୁରା ବିଶ୍ୱରେ ପ୍ରସିଦ୍ଧ । ତେବେ ସହରର ଗୌରବ ବୃଦ୍ଧି ଲାଗି ଏଠାରେ ଦୁନିଆର ସବୁଠାରୁ ବଡ ଫୁଟବଲ୍ ଷ୍ଟାଡିୟମ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ବ୍ୟାଙ୍କରୁ ଏଥିଲାଗି ଅରବ ମିଲିୟନ ଡଲାରର ଋଣ ବି ଉଠାଯାଇଥିଲା । କିନ୍ତୁ ଇତି ମଧ୍ୟରେ ୧୬ ବର୍ଷ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ ଏହି ଷ୍ଟାଡିୟମ୍ ସଂପୂର୍ଣ୍ଣ ଭାବରେ ନିର୍ମାଣ ହୋଇପାରି ନାହିଁ । ଆଜି ଏହି ଷ୍ଟାଡିୟମକୁ ଦେଖିଲେ କେହି ବି ଭୟଭୀତ ହୋଇପଡିବା ସହ ଭିତରକୁ ଯିବାକୁ ସାହାସ ଜୁଟାଇ ପାରୁ ନାହିଁ । ଏହି ଷ୍ଟାଡିୟମ୍ କୌଣସି ଏକ ଭୂତଙ୍କ ବାସସ୍ଥଳୀ ପରି ନଜର ଆସୁଛି ।

ତେବେ ଏହି ଷ୍ଟାଡିୟମକୁ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ କରା ନ ଯିବାର କାରଣ ହେଉଛି ଯେତେବେଳେ ବି ଏହାକୁ ସଂପୂର୍ଣ୍ଣ କରାଯିବାର କଥା ଉଠୁଛି ସେତେବେଳେ କୌଣସି ନା କୌଣସି ବିପତ୍ତି ଆସି ପହଞ୍ôଚ ଯାଉଛଇ । ୨୦୦୯ରେ ଯେତେବେଳେ ଏହାର ନିର୍ମାଣକୁ ସଂପୂର୍ଣ୍ଣ କରାଯାଉଥିଲା ସେତେବେଳେ ଅଚାନକ ସ୍ପେନର ଅର୍ଥନୀତି ଏପରି ନିମ୍ନଗାମୀ ହେଲା ଯେ, ଏହାର ନିର୍ମାଣକୁ ତୁରନ୍ତ ବନ୍ଦ କରି ଦିଆଗଲା । ଏହି ସମୟରେ ଜନତାଙ୍କୁ ଖାଦ୍ୟ ଯୋଗାଡ କରିବା ବି କଷ୍ଟକର ହୋଇଥିଲା । ଏପରି ସ୍ଥିତିରେ ଷ୍ଟାଡିୟମ ଉପରେ ପଇସା ଖର୍ଚ୍ଚ କରାଯିବା କଥା ଶୁଣି ଲୋକମାନେ ଭୟଭୀତ ହୋଇ ପଡିଥିଲେ । ପୁନଃ ଡିସେମ୍ବର ୨୦୧୧ରେ ସ୍ପାନିଶ୍ ବ୍ୟାଙ୍କ ଏହାକୁ ପୁରା କରିବାକୁ ପ୍ରସ୍ତାବ ରଖିଥିଲା । କିନ୍ତୁ ବଦଳରେ ସେ ଏହି ଷ୍ଟାଡିୟମ ଉପରେ ମାଲିକାନା ହକ୍ ଦାବୀ କରିଥିଲା । କିନ୍ତୁ ଏହି ଡିଲ୍ ପୂରଣ ହୋଇ ପାରି ନ ଥିଲା ।
ଏହାର ଦୁଇ ବର୍ଷ ପରେ ଆର୍କିଟେକ୍ଚର କମ୍ପାନୀ ଫେନୱିକ୍ ଡରିବାରେନ୍ ଏହି ଷ୍ଟାଡିୟମର ବାକି କାମ ପୁରା କରିବାର ଦାୟିତ୍ୱ ଦିଆଗଲା । କିନ୍ତୁ ଏହି କାମ କେବଳ କାଗଜପତ୍ରରେ ହିଁ ରହିଗଲା । ଷ୍ଟାଡିୟମ୍ ଯେଉଁଠି ଥିଲା ସେଇଠି ହିଁ ରହିଗଲା ।

୨୦୧୭ରେ ପୁନର୍ବାର ଲୋକଙ୍କୁ ଭରସା ଦିଆଗଲା କି ଏହି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ । କ୍ଲବ ଓ କାଉନସିଲ୍ ମିଳିତ ଭାବରେ ଏହି କାମ ସଂପୂର୍ଣ୍ଣ କରିବେ । କିନ୍ତୁ ଏହା ବି ସଫଳ ହୋଇପାରିଲା ନାହିଁ ।
କିନ୍ତୁ ପରେ ଯେତେବେଳେ କାମ ଆରମ୍ଭ ହେଲା ସେତେବେଳେ ସାଇଟ୍ରେ ଏକ ଦୁର୍ଘଟଣାରେ ୪ ଜଣ ବିଲ୍ଡର ଗୁରୁତର ଭାବରେ ଆହତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କର ସ୍ପଟରେ ମୃତ୍ୟୁ ହୋଇଯାଇଥିଲା ଓ ଅନ୍ୟ୨ ଜଣ ହସ୍ପିଟାଲ୍ରେ ମୃତ୍ୟୁ ବରଣ କରିଥିଲେ ।
ସେବେଠାରୁ ଏ ପର୍ଯ୍ୟନ୍ତ ଷ୍ଟାଡିୟମର ଏହି ପ୍ରୋଜେକ୍ଟ ଅଧୁରା ପହି ରହିଛି । ଯଦି ଏହା ପୁରା ହୋଇଯାଇଥାନ୍ତା ତେବେ ଏହା ଦୁନିଆର ସବୁଠାରୁ ମହାନତମ ଫୁଟବଲ୍ ଷ୍ଟାଡିୟମ୍ ଭାବରେ ପରିଗଣିତ ହୋଇଥାନ୍ତା । କିନ୍ତୁ ଏହାର ନିର୍ମାଣ କେବେ ସଂପୂର୍ଣ୍ଣ ହୋଇ ପାରିଲା ନାହିଁ । ତେଣୁ ଲୋକମାନେ ଏବେ ଏହାକୁ ଅଶୁଭ ଷ୍ଟାଡିୟମ୍ ବୋଲି କହୁଛନ୍ତି ।

Get real time updates directly on you device, subscribe now.