ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀଙ୍କ ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶ୍ମଶାନରୁ ଜବତ କରାଯାଇଛି । ଶ୍ରୀ ଜେନାଙ୍କ ପତ୍ନୀଙ୍କର କୌଣସି କାରଣରୁ ମୃତ୍ୟୁ ଘଟିବା ପରେ ତାଙ୍କର ବୋହୂ ମୃତଦେହକୁ ରାଜଧାନୀ ଭୁବନେଶ୍ୱରର ସତ୍ୟନଗର ସ୍ଥିତ ଶ୍ମଶାନରେ ଶବଦାହ କରାଉଥିଲେ । ଖବର ପାଇଁ ମୃତ ମହିଳାଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜବତ କରିଥିଲା । ପୂର୍ବରୁ ମୃତ ମହିଳାଙ୍କର ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ସେ ତାଙ୍କ ବୋହୂଙ୍କ ପାଖରେ ରହୁଥିଲେ । ଅନ୍ୟପକ୍ଷରେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ଭଉଣୀ ।