fbpx

ଲଗାଣ ବର୍ଷାରେ ବୁଡିଲା ରାଜ୍ୟର ଅଧା ସହର : ଏରସମାରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । କଟକ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ବର୍ଷାର ପରିମାଣ ରେକର୍ଡ କରାଯାଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ଜିଲ୍ଲାର ସବୁ ସ୍ଥାନରେ ୧୦୦ ମିଲି ମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ଏରସମାରେ ସର୍ବାଧିକ ୨୧୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି ।

ସେହିପରି ରଘୁନାଥପୁରରେ ୧୧୨, ବାଲିକୁଦାରେ ୧୫୪, ତିର୍ତ୍ତୋଲରେ ୧୩୫ ମିମି ବର୍ଷା ହୋଇଛି । ଏତତ୍ ବ୍ୟତୀତ ସୁନ୍ଦରଗଡ ଜିଲ୍ଲାର ହେମଗିରିରେ ମଧ୍ୟ ୨୦୪ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।ଅନ୍ୟପକ୍ଷେ ଉପର ଓ ତଳ ମୁଣ୍ଡରେ ଲଗାଣ ବର୍ଷା କରଣରୁ ରାଜ୍ୟରେ ବନ୍ୟା ଆଶଙ୍କା ଦେଖାଦେଇଛି । ଫଳରେ କଟକର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି ।

Get real time updates directly on you device, subscribe now.