fbpx

ଇସ୍ରାଏଲ ଉପରେ ହମାସର ଆକ୍ରମଣ, ତେଲ୍ ଅବୀବ ଉପରରେ ପକାଇଲା ବିନାଶକାରୀ ଏମ-୯୦ ରକେଟ

ନୂଆଦିଲ୍ଲୀ: ହମାସ ନିଜ ଚିଫଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ଉପରେ ଏମ-୯୦ ରକେଟରେ ଆକ୍ରମଣ କରିଛି। ପାଲେଷ୍ଟାଇନ ଗ୍ରୁପ ଇସ୍ରାଏଲର ରାଜଦାନୀ ତେଲ ଅବୀବ ସମେତ ଅନେକ ସହରକୁ ଟାର୍ଗେଟ କରାଯାଇଛି। ସଶସ୍ତ୍ର ବାହିନୀ ଅଲ-କସ୍‌ସାମ ବ୍ରିଗେଡ ଆକ୍ରମଣର ସୂଚନା ଦେଇ କହିଛନ୍ତି ଯେ, ସେ ଦୁଇଟି ଏମ୯୦ ରକେଟରେ ତେଲ ଅବୀବ ଏବଂ ତାର ଉପନଗରକୁ ଟାର୍ଗେଟ କରିଛି।

ଇସ୍ରାଏଲ ଏୟାରଫୋର୍ସ କହିଛନ୍ତି ଯେ, କିଛି ସମୟ ପୂର୍ବରୁ ଏକ ଆକ୍ରମଣ ହେବା ଜଣାପଡିଥିଲା, ଯାହା ଗାଜା ସୀମା ଅଞ୍ଚଳକୁ ପାର କରି ଦେଶର କେନ୍ଦ୍ରରେ ସମୁଦ୍ର ଅଞ୍ଚଳରେ ପଡିଥିଲା। ଏଥିରେ କୌଣସି ନୀତିଗତ ଚେତାବନୀ ଦିଆଯାଇନାହିଁ।

Get real time updates directly on you device, subscribe now.