fbpx

iPhone ସାଜିଲା କାଳ ! ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ମୃତ୍ୟୁର କାରଣ ପଛର ଖୋଲୁଛି ଗୁମର

ତେହରାନ୍‌: ନିକଟରେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ମୃତ୍ୟୁକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଇରାନ୍ ରାଜଧାନୀ ତେହରାନରେ ଇସମାଇଲଙ୍କ ହତ୍ୟା ପାଇଁ ଇସରାଏଲକୁ ଦାୟୀ କରାଯାଇଛି । ଅପରପକ୍ଷରେ ଇରାନର ସୁପ୍ରିମ୍ ଲିଡର ଅଲି ଖାମେନେଇ ଇସମାଇଲଙ୍କ ହତ୍ୟାର ପ୍ରତିଶୋଧ ନେବା ନିଜ କର୍ତ୍ତବ୍ୟ ବୋଲି ଦର୍ଶାଇଛନ୍ତି ।

ମୁଖ୍ୟ ଇସମାଇଲ ହାନିଆଙ୍କ ମୃତ୍ୟୁକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସଛି । ଇସମାଇଲଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତି ତାଙ୍କ ଲୋକସନ୍ ବିଷୟରେ ଅବଗତ ଥିଲେ । ଡିଫେନ୍ସ ଏକ୍ସପର୍ଟଙ୍କ କହିବାନୁଯାୟୀ ଇସରାଏଲ ଦୀର୍ଘ ଦିନ ଧରି ଇସମାଇଙ୍କୁ ଟ୍ରାକ୍ କରୁଥିଲା । ତାଙ୍କ ପାଖରେ iPhone ଥିଲା । ଫଳରେ ଟ୍ରାକ୍ କରିବା ପାଇଁ ସହଜ ହୋଇଥିଲା । ଏହା କହିବା କଠିନ କି ତାଙ୍କ iPhoneରେ Pegasus ଥିଲା ନା ପୂର୍ବ ଷଡ଼ଯନ୍ତ୍ର ଅନୁଯାୟୀ ଫୋନରେ ଇନସର୍ଟ କରାଯାଇଥିଲା । ଏଥିରେ ସିଆଇଏ ବି ସାମିଲ ଥିଲା କାରଣ ଆମେରିକାର ସହଯୋଗ ବିନା ଏହା ସମ୍ଭବ ନୁହେଁ ।

ଅପରପକ୍ଷରେ ହ୍ୱାଟ୍ସଆପ୍ ମାଧ୍ୟମରେ ଜାସୁସୀ ହୋଇଥିବା ଅନୁମାନ କରାଯାଉଛି । ଜଣେ ସୋସିଆଲ ମିଡିଆ ୟୁଜର ଏହା ଦାବି କରିଛନ୍ତି ଯେ ହ୍ୱାଟ୍ସଆପ୍ ମେସେଜ୍ ମାଧ୍ୟମରେ ଇସରାଏଲ ହମାସ ନେତାଙ୍କ ଫୋନରେ ସ୍ପାଇୱେୟାର ଇନଷ୍ଟଲ କରାଯାଇଥିଲା ଯଦ୍ୱାରା ଇସରାଏଲକୁ ଇସମାଇଲଙ୍କ ବିଷୟରେ ସଠିକ୍ ତଥ୍ୟ ମିଳୁଥିଲା । ଆଇଡିଏଫ୍ ତାଙ୍କ ଉପରେ ଆକ୍ରମଣ କରିବା ପାଇଁ ଡ୍ରୋନ୍ ବ୍ୟବହାର କରିଥିଲେ । ବର୍ତ୍ତମାନ ଏହି ସବୁ ଦାବିର ସ୍ପଷ୍ଟତା ସାମ୍ନାକୁ ଆସିନାହିଁ । କହିରଖୁଛୁ ଇରାନରେ ଫେସବୁକ୍ ଏବଂ ହ୍ୱାଟ୍ସଆପ୍ ଭଳି ମେଟା ଆପ୍ ନିଷେଧ ।

Get real time updates directly on you device, subscribe now.