କାଳ ହେଲା ଅନୈତିକ ସମ୍ପର୍କ, ଶିକ୍ଷକଙ୍କ ହାତ, ଗୋଡ଼ ବାନ୍ଧି ଜୀଅନ୍ତା ପୋତିଦେଲା ବ୍ୟକ୍ତି
ଦର୍ଦନାକ ହତ୍ୟାକାଣ୍ଡ। ଭାରି ପଡ଼ିଲା ଅନୈତିକ ସମ୍ପର୍କ। ଶିକ୍ଷକଙ୍କ ହାତ, ଗୋଡ଼ ବାନ୍ଧିଲା। ମୁହଁରେ ଟେପ ମାରିଲା। ତାପରେ ୭ ଫୁଟ ଗାତରେ ଜୀଅନ୍ତା ପୋତି ମାରିଦେଲା ଜଣେ ବ୍ୟକ୍ତି।
ହରିୟାଣା: ହାତ, ଗୋଡ଼ ବାନ୍ଧିଲେ, ମୁହଁରେ ଟେପ୍ ମାରିଲେ। ଆଉ ସିଧା ଜୀଅନ୍ତା ଗାତରେ ପୋତିଦେଲେ ଯୋଗ ଶିକ୍ଷକଙ୍କୁ। ଆଉ ଅଭିଯୁକ୍ତ ବ୍ୟକ୍ତି ଜଣକ ଏପରି ଅମାନୁଷିକ କାର୍ଯ୍ୟ କାହିଁକି କଲେ ତାହା ବି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ହଁ ଜଣେ ଯୋଗ ଶିକ୍ଷକଙ୍କୁ ଜଣେ ବ୍ୟକ୍ତି ଜୀବନ୍ତ ପୋତି ଦେଇଥିବା ଖବର ଏବେ ସାମ୍ନାକୁ ଆସିଛି। ଆଉ ଏହି କାଣ୍ଡର ମୂଳ କାରଣ ହେଉଛନ୍ତି ଅଭିଯୁକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ। ଆଉ ହତ୍ୟାକାଣ୍ଡ ଘଟିବାର ଦୀର୍ଘ ୩ ମାସ ପରେ ପୋଲିସ ଏବେ ମାର୍ଚ୍ଚ ୨୪ ତାରିଖ ଦିନ ମୃତଦେହ ଉଦ୍ଧାର କରିଛି।
ଶିକ୍ଷକଙ୍କୁ ଜୀଅନ୍ତା ପୋତିଦେଲେ: ତେବେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିୟାଣାର ଚରଖି ଦାଦରିରେ। ଯେଉଁଠାରେ ଜଣେ ରୋହତକର ଏକ ଘରୋଇ ବିଶ୍ୱବିଦ୍ୟାଳୟର ଯୋଗ ଶିକ୍ଷକଙ୍କୁ ଜଣେ ବ୍ୟକ୍ତି ଜୀବନ୍ତ ପୋତି ଦେଇଥିବା ଖବର ସାମ୍ନାକୁ ଆସିଛି।
ଦୀର୍ଘ ୩ ମାସ ତଳେ ଯୋଗ ଶିକ୍ଷକ ଜଗଦୀପ କୁଆଡେ ନିଖୋଜ ହୋଇଯାଇଥିଲେ। କାମ ସାରି ଘରକୁ ଫେରୁଥିବା ସମୟରେ ଡିସେମ୍ବର ୨୪ ତାରିଖରେ ଜଗଦୀପଙ୍କୁ ଅପହରଣ କରାଯାଇଥିଲା। ଅଭିଯୁକ୍ତ ତାଙ୍କର ହାତ ଗୋଡ଼ ବାନ୍ଧି ତାଙ୍କ ମୁହଁରେ ଟେପ୍ ଲଗାଇ ଦେଇଥିଲେ।
ଯାହାଦ୍ୱାରା ସେ କୌଣସି ଶବ୍ଦ କରିପାରିବେ ନାହିଁ । ତା’ପରେ ତାଙ୍କୁ ଏକ ନିର୍ଜନ କ୍ଷେତକୁ ନିଆଯାଇଥିଲା। ଏବଂ ଶିକ୍ଷକଙ୍କୁ ଅପହରଣ କରି ସାତ ଫୁଟ ଗଭୀର ଗାତରେ ଜୀବନ୍ତ ପୋତି ଦେଇଥିଲେ ଅଭିଯୁକ୍ତ।
କାହିଁକି କରାଗଲା ହତ୍ୟା: ତେବେ ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସୁଥିବ କି ଯୋଗ ଶିକ୍ଷକଙ୍କୁ କାହିଁକି ଅପହରଣ କରାଯାଇ ଏପରି ଭୟାନକ ମୃତ୍ୟୁ ଦିଆଗଲା। ତେବେ ଘଟଣାର ମୂଳ କାରଣ ହେଉଛି ଅନୈତିକ ସମ୍ପର୍କ। ହଁ ପୋଲିସର କହିବା କଥା ଅଭିଯୁକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ସହ ଯୋଗ ଶିକ୍ଷକଙ୍କର ଥିଲା ଅନୈତିକ ସମ୍ପର୍କ।
ଏକଥା ଜାଣିପାରିଥିଲା ବ୍ୟକ୍ତି ଜଣଙ୍କ। ତେଣୁ ରାଗରେ ଶିକ୍ଷକଙ୍କୁ ରାସ୍ତାରୁ ହଟାଇ ଦେବାକୁ ଷଡଯନ୍ତ୍ର କରିଥିଲା। କାମ ସାରି ଘରକୁ ଫେରୁଥିବା ସମୟରେ ଡିସେମ୍ବର ୨୪ ତାରିଖରେ ଜଗଦୀପଙ୍କୁ ଅପହରଣ କରିନେଇଥିଲା ବ୍ୟକ୍ତି ଜଣକ।
ତାପରେ ଶିକ୍ଷକଙ୍କ ହାତ ଗୋଡ଼ ବାନ୍ଧି ମୁହଁରେ ଟେପ୍ ମାରିଦେଇଥିଲା। ଯେପରି କେହି କିଛି ଜାଣିପାରିବେ ନାହିଁ। ଆଉ ଅପହରଣ ପରେ ଏକ ନିଛାଟିଆ ବିଲ ଭିତରକୁ ନେଇଯାଇଥିଲା। ସେଠାରେ ପାଖାପାଖି ୭ ଫୁଟର ଗାତ ଖୋଳିଥିଲା।
ଜଣେ ଶ୍ରମିକଙ୍କୁ ଏହା ଏକ ବୋରୱେଲ ପାଇଁ ଖୋଳାଯାଉଛି ବୋଲି କହି ଜଗଦୀପଙ୍କୁ ସେହି ଗାତରେ ଜୀବନ୍ତ ପୋତି ଦେଇଥିଲା। ଅପହରଣର ୧୦ ଦିନ ପରେ ଫେବୃଆରୀ ୩ ତାରିଖରେ ଜଗଦୀପଙ୍କ ପାଇଁ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା।
ପୋଲିସ ତିନି ମାସ ଧରି ତଦନ୍ତ ଜାରି ରଖିଥିଲା। ତଦନ୍ତର ତିନିମାସ ପରେ ଉକ୍ତ ବ୍ୟକ୍ତିଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି। ଏବଂ ଅଭିଯୁକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି।