fbpx

ରାୟଗଡ଼ାରେ ଯୁବକ, ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ଚାଲିଛି ଛାନଭିନ୍

ରାୟଗଡ଼ା(ଓଡ଼ିଶା ଭାସ୍କର): ରାୟଗଡ଼ାର ଶୁଣ୍ଢିସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘର ଭିତରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ରାୟଗଡ଼ା ଥାନା ଶୁଣ୍ଢିସାହିର ଚୌଧୁରୀ କଲୋନୀର ଏକ ବନ୍ଦ ଘର ଭିତରୁ ଦୁହିଁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଉକ୍ତ ଗାଁର ହୋଇଥିବା ବେଳେ ଯୁବତୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଅନ୍ୟପଟେ ୨ ଯୁବକ, ଯୁବତୀଙ୍କ ମୃତ୍ୟୁର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି । ମୃତଦେହକୁ ଉଦ୍ଧାର କରି ଛାନଭିନ୍ ଜାରି ରଖିଛି ପୋଲିସ । ପ୍ରେମ ବ୍ୟାପାରକୁ ନେଇ ଏପରି ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.