fbpx
BSKY
BJD SHG SKY
BJD YOUTH SKY

ହାତୀଙ୍କ ସୁରକ୍ଷା ପାଇଁ ବନବିଭାଗର ପ୍ରୟାସ: ଟ୍ରେନ ଲାଇନରେ ଲାଗିଲା ହ୍ୟାଙ୍ଗିଂ ସୋଲାର ଫ୍ୟାନ୍ସି ତାର

ଭୁବନେଶ୍ୱର: ସାରା ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ଚିନ୍ତାରେ ପଡିଛି ବନବିଭାଗ । ଏହାକୁ ରୋକିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଥଇଲେ କିଛି ମାତ୍ରାରେ ଫେଳ ମାରିଥିବା ଦେଖିବାକୁ ମିଳିଛି । ତେଣୁ ଏବେ ଏକ ନୂଆ ପଦକ୍ଷେପ ଆପଣେଇଛି ବନବିଭାଗ । ଅନେକ ସମୟରେ ଟ୍ରେନ ଲାଇନରେ ଦୁର୍ଘଟଣା ଯୋଗୁଁ ହାତୀଙ୍କ ମୃତ୍ୟୁ ଘଟଣା ସାମନାକୁ ଆସିଛି । ଯାହାକୁ ରୋକିବା ପାଇଁ ବନବିଭାଗ ଏବ ନୂଆ କୌଶଳ ପ୍ରୟୋଗ କରିଛି ।

ଏଣିକି ଟ୍ରେନଲାଇନରେ ଲାଗିବ ହ୍ୟାଙ୍ଗିଂ ସୋଲାର ଫ୍ୟାନ୍ସି ତାର । ଏହି ତାର ସଂସ୍ପର୍ଶରେ ଆସିଲେ କରେଣ୍ଟ ଲାଗିବ । ଯାହା ଫଲରେ ଯ୍ରେନ ଲାଇନକୁ ଯାଇ ପାରିବେ ନାହିଁ ହାତୀପଲ । ତେବେ ଏହି କରେଣ୍ଟ କୌଣସି ଜୀବନ ନେଇ ପାରିବ ନାହିଁ । ଏହି ବ୍ୟବସ୍ଥାକୁ ଖୁବଶୀଘ୍ର ଲାଗୁ କରିବା ପାଇଁ ବ୍ୟବସ୍ଥା ଆରମ୍ଭ କରି ଦେଇଛି ବନବିଭାଗ । ଓଡିଶାର ପ୍ରଥମ ଥର ପାଇଁ କେନ୍ଦୁଝର ଯୋଡାରେ ହ୍ୟାଙ୍ଗଂ ସୋଲାର ଫ୍ୟାନ୍ସି ତାର ଲଗାଯାଇଛି । କ୍ରେଚ ହଟିଂରୁ ବେହେରା ହଟିଂ ପର୍ଯ୍ୟନ୍ତ ଟ୍ରେନ ଲାଇନରଉଭୟ ପାଶ୍ୱର୍ରେ ଲାଗିଛି ୭୫୦ ମିଟର ଲମ୍ବର ଏହି ତାର । ଯାହାଦ୍ୱାରା ଟ୍ରେନ ଦୁର୍ଘଟଣାରେ ହେଉଥିବା ହାତୀ ମୃତ୍ୟୁ ଘଟଣାରେ ବ୍ରେକ ଲାଗି ପାରିବ ବୋଲି ଆଶା କରାଯାଉଛି ।

ତେବେ ଏହି ଝୁଲନ୍ତା ତାରରେ ୧୦ ହଜାର ଭୋଲ୍ଟର ବିଦ୍ୟୁତ ତାର ସଞ୍ଚାର କରାଯିବ । ହାତୀ କିମ୍ବା ଅନ୍ୟ ବନ୍ୟଜନ୍ତୁ ଆସିଲେ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ୩ମି.ଲି ସେକେଣ୍ଡ ପାଇଁ ଏକ କରେଣ୍ଟ ଝଟକା ଲାଗିବ । ତେବେ ଏହାଦ୍ୱାରା କେହି ଜୀବଜନ୍ତୁଙ୍କ ପ୍ରାଣହାନୀ ହେବ ନାହିଁ ବୋଲି ବନବିଭାଗ ସୂଚନା ଦେଇଛି । ଏହାପରେ କିଛଇଟା ପରିମାଣରେ ହାତୀ ମୃତ୍ୟୁରେ ରୋକ ଲାଗିବ ବୋଲି ଆଶା ରହିଛି ।

Get real time updates directly on you device, subscribe now.