fbpx

ସୁଚକାଙ୍କରେ ବୃଦ୍ଧି ସହିତ ବନ୍ଦ ହେଲା ସେୟାର ବଜାର: ତଥାପି ଖୁସି ନୁହନ୍ତି ନିବେଶକ! ଜାଣନ୍ତୁ କାହିଁକି?

ମୁମ୍ବାଇ: ସପ୍ତାହର ଶେଷ ଦିନରେ ଦଲାଲ୍ ଷ୍ଟିଟ୍ ରେ ଉତ୍ସାହ ଦେଖିବାକୁ ମିଳିଛି। ସେନସେକ୍ସ ଏବଂ ନିଫ୍ଟିର ସୁଚକାଙ୍କ ବୃଦ୍ଧି ସହିତ ଶେଷ ହୋଇଛି। ଆଜି ବିଏସଇ ସେନସେକ୍ସ ୬୮୪.୬୪ ପଏଣ୍ଟ ବୃଦ୍ଧି ପାଇ ୫୭,୯୧୯.୯୭ରେ ଶେଷ ହୋଇଥିବା ବେଳେ ନିଫ୍ଟି ୧୭୧.୪୦ ପଏଣ୍ଟ ବୃଦ୍ଦି ସହିତ ୧୭,୧୮୫.୭୦ରେ ବନ୍ଦ ହୋଇଥିଲା।

ଗତକାଲି ଆମେରିକାର ରିଟେଲ୍ ମୁଦ୍ରାସ୍ପିତି ହାର ବୃଦ୍ଧି ସହିତ ଆସିବା ପରେ ମଧ୍ୟ ୱାଲ ଷ୍ଟ୍ରିଟରେ ବଜାରରେ ଏହାର ପ୍ରଭାବ ପଡ଼ି ନଥିଲା ଏବଂ ବଜାରରେ ସୁଚକାଙ୍କ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଯାହାର ପ୍ରଭାବ ଆଜି ଏସିୟ ବଜାରରେ ଦେଖିବାକୁ ମିଳିଥିଲା। ଗୋଟିଏ ସମୟରେ ବିଏସଇ ୧,୨୦୦ ପଏଣ୍ଟ ଉପରେ ଥିବା ବେଳେ ନିଫ୍ଟି ୩୩୦ ପଏଣ୍ଟ ଉପରେ ଥିଲା। ତେଣୁ ଆଜି ଭାରତୀୟ ସେୟାର ବଜାର ବୃଦ୍ଧି ସହିତ ବନ୍ଦ ହୋଇଥିଲା। ତେବେ ଏହା ପରେ ମଧ୍ୟ ଭାରତୀୟ ନିବେଶକ ନିରୁତ୍ସାହିତ ରହିଥିଲେ।

କାରଣ ସେନସେକ୍ସ ଆଜି ଏହାର ଏର୍ବୋଚ୍ଚ ପଏଣ୍ଟରୁ ୫୧୫ ପଏଣ୍ଟ ହରାଇଥିଲା, ସେହିପରି ନିଫ୍ଟି ମଧ୍ୟ ୧୬୨ ପଏଣ୍ଟ ହରାଇଛି। ସେନସେକ୍ସର ମୁଖ୍ୟ ୩୦ ସେୟାର ମଧ୍ୟରୁ ଆଜି ଇନଫୋସିସ୍ ଏବଂ ଏଚଡିଏଫସି ବଡ଼ ଲାଭାର୍ଥି ଥିଲେ। ଦୁଇ କମ୍ପାନୀର ସେୟାର ୩%ରୁ ଅଧିକ ବୃଦ୍ଧି ପାଇଛି।

Get real time updates directly on you device, subscribe now.