fbpx

ଏଣିକି ଫେସବୁକରେ ଆଉ ମିଳିବନି ଏହି ସୁବିଧା: ଜାଣନ୍ତୁ କେବେ ବନ୍ଦ ହେବ ଏହି ସର୍ଭିସ

ନୂଆଦିଲ୍ଲୀ: ଆଜିକାଲି ଦିନରେ ଛୋଟ ପିଲାଠୁ ଆରମ୍ଭ କରି ସମସ୍ତେ ଫେସବୁକରେ ଖୁବ ଆକ୍ଟିଭ । ସାଙ୍ଗମାନଙ୍କ ସହ ଯୋଡି ହେବା ପାଇଁ ଫେସବୁକ ସବୁଠୁ ବଡ ଏକ ମାଧ୍ୟମ ପାଲଟିଛି ଆଜିର ଯୁବପିଢୀ ପାଇଁ । ତେବେ ଏହାର ଦମଦାର ଫିଚର ଏବଂ ଅନେକ ସେବାକୁ ନେଇ ଏହା ଖୁବ ଲୋକପ୍ରିୟତା ହାସଲ କରିପାରିଛି । କିନ୍ତୁ ଏବେ ଏହି ଆପକୁ ନେଇ ଏକ ବଡ ଅପଡେଟ ଆସିଛଇ । ଖୁବଶୀଘ୍ର ଆପର ଏକ ବଡ ସେବାକୁ ବନ୍ଦ କରିବାକୁ ଯାଉଛଇ କମ୍ପାନୀ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକକୁ ନେଇ ଏକ ବଡ ଅପଡେଟ ଏବେ ସାମନାକୁ ଆସିଛି । ଏଣିକି ଫେସବୁକରେ ଏକ ଲୋକପ୍ରିୟ ସେବା ବନ୍ଦ କରିବାକୁ ଯାଉଛି କମ୍ପାନୀ । ଫେସବୁକର ଇନଷ୍ଟାଣ୍ଟ ଆର୍ଟିକିଲ୍ସ ଆସନ୍ତା ବର୍ଷରୁ ବନ୍ଦ ହୋଇଯିବ ବୋଲି ସୂଚନା ଦେଇଛି କମ୍ପାନୀ । ଆନ୍ତା ଏପ୍ରିଲ ୨୦୨୩ ରୁ ଆଉ ଫେସବୁକରେ ଆଉ ଦେକିବାକୁ ମିଳିବନି ଇନଷ୍ଟାଣ୍ଟ ଆର୍ଟିକିଲ୍ସ । ଏ ନେଇ ଫେସବୁକ ମ୍ୟାନେଜର ସ୍ପଷ୍ଟ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.