fbpx

କିପରି ପୂରଣ କରିବେ ପ୍ରତିଶ୍ରୁତି? ନିର୍ବାଚନ ଇସ୍ତାହରରେ କହିବେ ରାଜନୈତିକ ଦଳ: ନିର୍ବାଚନ ଆୟୋଗର କଡା ନିୟମ

ନୂଆଦିଲ୍ଲୀ: ଶୁକ୍ରବାର ନିର୍ବାଚନ ଆୟୋଗ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହିତ କଡ଼ା ନିୟମ ନିର୍ଦ୍ଧାରଣ କରିଛନ୍ତି। ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ପ୍ରକାଶ କରୁଥିବା ଇସ୍ତାହାରରେ ମଧ୍ୟ ସ୍ପଷ୍ଟତା ରଖିବାକୁ ଆୟୋଗ କହିଛନ୍ତି। ବର୍ତ୍ତମାନ ଦେଶରେ ବଣ୍ଟା ହେଉଥିବା ମାଗଣା ଯୋଜନାକୁ ନେଇ ବିତର୍କ ଚାଲିଥିବା ବେଳେ ନିର୍ବାଚନ ଆୟୋଗଙ୍କ ଏହି ନିୟମ ରାଜନୈତିକ ପାର୍ଟିମାନଙ୍କୁ ଆଡ଼ୁଆରେ ପକାଇପାରେ। ନିର୍ବାଚନ ଆୟୋଗ ରାଜୀବ କୁମାର ଶୁକ୍ଳା କହିଛନ୍ତି ଯେ, ବର୍ତ୍ତମାନ ପାର୍ଟୀମାନେ ନିଜର ଇସ୍ତାହାର ପ୍ରକାଶ କରିବାକୁ ବିଚାର ବିମର୍ସ କରୁଛନ୍ତି। ତେବେ ଏହା କିପରି କାର୍ୟ୍ୟକ୍ଷମ ହେବ ସେନେଇ କୋଣସି ନିର୍ବାଚନ ପ୍ରତିଶ୍ରୁତି ବିଷୟରେ ସ୍ପଷ୍ଟ କରାଯିବା ଉଚିତ ବୋଲି ସେ କହିଛନ୍ତି।

ନିର୍ବାଚନ ସମୟରେ ମାଗଣାରେ ବିଭିନ୍ନ ଜିନିଷ ତଥା ଖାଦ୍ୟସଶ୍ୟ ବଣ୍ଟନ କରିବାକୁ ଘୋଷଣା କରିବା ଏକ ପୁରୁଣା ପରମ୍ପରା ଅଟେ। ପ୍ରତେକ ଦଳ ଅନେକ ପ୍ରକାର ଆକର୍ଷଣୀୟ ମାଗଣା ବଣ୍ଟା ଯୋଜନା ଘୋଷଣା କରିବେ। ବର୍ତ୍ତମାନ ସମୟରେ ଚାଉଳ ଗହମକୁ ଛାଡ଼ି ଦଳମାନେ ସ୍ମାର୍ଟଫୋନ୍, ଲାପଟପ୍ ଏବଂ ସ୍କୁଟି ମଧ୍ୟ ମାଗଣାରେ ଦେବାକୁ କହୁଛନ୍ତି। ଏହାକୁ ନେଇ ନିକଟରେ ସୁପ୍ରିମକୋର୍ଟ ମଧ୍ୟ କ୍ଷୋବ ପ୍ରକାଶ କରିଥିଲେ।

ଚଳିତ ଅକ୍ଟୋବର ୪ ରେ ନିର୍ବାଚନ ରିଭାରିରେ ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ଏପରି ପ୍ରତିଶ୍ରୁତି ନଦେବାକୁ କହିଥିଲେ ଯାହା ଅର୍ଥନୈତିକ କ୍ଷେତ୍ରରେ ପୂରଣ କରିବା ସମ୍ଭବ ନୁହେଁ। ତେବେ ଏ ବାବଦରେ କୋଣସି ଆଚରଣ ବିଧି ଗଠନ କରିବା ପୂର୍ବରୁ ଆୟୋଗ ରାଜନୈତିକ ଦଳର ମତାମତ ଲୋଡିଛନ୍ତି। ଆୟୋଗ ପ୍ରସ୍ତାବ ଦେଇଛି ଯେ ମଗଣଅ ଦେବାକୁ ପ୍ରତିଜ୍ଞା କରୁଥିବା ରାଜନୈତିକ ଦଳଗୁଡିକ ଆର୍ଥିକ ଦୃଷ୍ଟିରୁ ସକ୍ଷମ କି ନୁହେଁ ଏହାର ବ୍ୟବହାରିକ ଦିଗ ବିଷୟରେ ବିସ୍ତୃତ ବିବରଣୀ ଦେବାକୁ ପଡିବ।

ଆୟୋଗର ପ୍ରସ୍ତାବିତ ରିଜୋଲ୍ୟୁସନରେ କୁହାଯାଇଛି ଯେ ସର୍ବଶେଷରେ ଜନସାଧାରଣ ଜାଣିବା ଉଚିତ୍ ଯେ ସେହି ଦଳ ଆକର୍ଷଣୀୟ ପ୍ରତିଶ୍ରୁତି ପୂରଣ କରିବାରେ କେତେ ସକ୍ଷମ, ଯେଉଁଥିପାଇଁ ସେ ଏକ ଦଳ ବାଛିବାକୁ ଚାହୁଁଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟରେ ମଧ୍ୟ ଏହି ମାମଲାର ଶୁଣାଣି ଚାଲିଛି।

 

Get real time updates directly on you device, subscribe now.