Happy Birthday ‘Darling’… ସୁପରଷ୍ଟାର ପ୍ରଭାସଙ୍କ ପୂରା ନାମ କ’ଣ? ବ୍ଲକବଷ୍ଟର ସିନେମା ଦେବାରେ ମାହିର

ଓଡ଼ିଶା ଭାସ୍କର: ଆଜିକା ସମୟରେ ବଲିଉଡ ତଥା ସାଉଥ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି ସୁପରଷ୍ଟାର ପ୍ରଭାସ । ‘ଡାର୍ଲିଙ୍ଗ’ରୁ ଆରମ୍ଭ କରି ବାହୁବଳୀ, ବାହୁବଳୀ-୨ ଏବଂ କଳକୀ ୧୯୮୯ ଏଡି ଭଳି ବ୍ଲକବଷ୍ଟର ସିନେମାରେ ସେ ସାରା ଭାରତରେ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଆଜି ସୁପରଷ୍ଟାର ପ୍ରଭାସ ୪୬ ବର୍ଷ ବୟସରେ ପାଦ ଥାପିଛନ୍ତି । ପ୍ରଭାସଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ପ୍ରଭାସ ସିନେ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ତାଙ୍କର ନିଜ ନାମ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ସାରା ଭାରତ ତାଙ୍କୁ ପ୍ରଭାସ ନାମରେ ଜାଣିଥିଲେ ହେଁ, ଏହା ତାଙ୍କର ପ୍ରକୃତ ନାମ ନୁହେଁ । ଜାଣିଛନ୍ତି କି ପ୍ରଭାସଙ୍କ ପୂରା ନାମ କ’ଣ?

ବଲିଉଡ ଇଣ୍ଡଷ୍ଟ୍ରିରେ ଦିଲୀପ କୁମାରଙ୍କ ପାଖରୁ ଆରମ୍ଭ କରି ଅକ୍ଷୟ କୁମାର ଏବଂ ଅଜୟ ଦେବଗନ୍ ମଧ୍ୟ ନିଜ ନାମ ପରିବର୍ତ୍ତନ କରି ନୂଆ ପରିଚୟ ପାଇଛନ୍ତି । ତେବେ ଏହି ତାଲିକାରେ ବାହୁବଳୀ ଷ୍ଟାର ପ୍ରଭାସଙ୍କ ନାମ ମଧ୍ୟ ସାମିଲ ରହିଛି, ଯିଏ ଦେଶରେ ୧,୦୦୦ କୋଟିର ବ୍ଲକବଷ୍ଟର ସିନେମା ଭେଟି ଦେଇଛନ୍ତି । ୨୦୦୨ ମସିହାରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ ପ୍ରଭାସ । ତେବେ ପ୍ରଭାସଙ୍କ ପ୍ରକୃତ ନାମ ହେଉଛି ଭେଙ୍କଟ ସତ୍ୟନାରାୟଣ ପ୍ରଭାସ ରାଜୁ ଉପ୍ପଲପତି । ତାଙ୍କର ଅଧିାଂଶ ଫ୍ୟାନ୍ସ ମଧ୍ୟ ଏହି ନାମ ଜାଣି ନଥିବେ । ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ନୂଆ ନାମ ସୃଷ୍ଟି କରିବା ପାଇଁ ସେ ନିଜର ନିକ୍ ନେମ ଭାବରେ ପ୍ରଭାସ ରଖିଥିଲେ । ଆଜି ତାଙ୍କର ଏହି ନାଁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ପାଇସାରିଛି ।

ବର୍ତ୍ତମାନ ସୁଦ୍ଧା ୨୩ଟି ଫିଲ୍ମ କରି ସାରିଥିବା ପ୍ରଭାସ ଏବେ ଅଧିକାଂଶ ଡାଇରେକ୍ଟରଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି । ତେବେ ବି.ଟେକ୍ କରିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାଦ ରଖିଥିଲେ ପ୍ରଭାସ । ଚୈତନ୍ୟ କଲେ, ହାଇଦ୍ରାବାଦରେ ଇଞ୍ଜିନିୟରିଙ୍ଗ ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ପ୍ରଥମେ ସିନେ ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଥିବା ବେଳେ ପରେ ସେ ଏଥିରେ ସଫଳତାର ଶିଖର ଛୁଇଁଛନ୍ତି । ଏହାପୂର୍ବରୁ ସେ କେବେବି ଅଭିନୟରେ ପ୍ରବେଶ କରିବାକୁ ଚାହୁଁନଥିଲେ । ଚଳଚ୍ଚିତ୍ର ପୂର୍ବରୁ, ତାଙ୍କର ପ୍ରଥମ ପସନ୍ଦ ଜଣେ ବ୍ୟବସାୟୀ ହେବା ଏବଂ ସେ ନିଜର ହୋଟେଲ ଖୋଲିବାକୁ ଚାହୁଁଥିଲେ ।

୨୦୦୨ ମସିହାରେ ତେଲୁଗୁ ସିନେମା ‘ଇଶ୍ୱର’ରୁ ଆରମ୍ଭ କ୍ୟାରିୟର ଆରମ୍ଭ କରିଥିବା ପ୍ରଭାସ ଏବେ ପାନ୍ ଇଣ୍ଡିଆ ଷ୍ଟାର ପାଲଟି ଯାଇଛନ୍ତି । ୨୦୦୨ ମସିହାରୁ ୨୦୧୩ ମସିହା ଭିତରେ ପ୍ରଭାସ ମୋଟ ୧୬ଟି ଫିଲ୍ମ କରି ସାରିଥିଲେ । କିନ୍ତୁ ‘ବାହୁବଳୀ’ ସିନେମାରେ ସେ ଘରେ ଘରେ ନୂଆ ପରିଚୟ ପାଇଥିଲେ । ୨୦୧୫ ମସିହାରେ ରିଲିଜ ହୋଇଥିଲା ତାଙ୍କର ଅଲ ଟାଇମ ବ୍ଲକବଷ୍ଟର ମୋଭି ‘ବାହୁବଳୀ’ । ଏହାପରେ ୨୦୧୭ ରେ ‘ବାହୁବଳୀ-୨’ ଫିଲ୍ମ ରିଲିଜ ହେବା ସହ ସିନେ ଇଣ୍ଡଷ୍ଟ୍ରିରେ ସେ ସୃଷ୍ଟି କରିଥିଲେ ନୂଆ ଇତିହାସ । ଏହାପରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ସିନେମା ସେ ଭେଟି ଦେଇ ଚାଲିଛନ୍ତି ।