fbpx

କୋଟା ମେଡିକାଲ ଛାତ୍ରଙ୍କ ସୁଇସାଇଡ୍ ନୋଟ୍ ଆଣିଦେଇଛି ସମସ୍ତଙ୍କ ଆଖିରେ ଲୁହ, ବିଶେଷଜ୍ଞ କହିଲେ ବଢୁଥିବା ପ୍ରତିଯୋଗିତା ଓ ଅବସାଦ ଏପରି ଆତ୍ମହତ୍ୟା ପଛର କାରଣ

Advertisement

କୋଟା:ରାଜସ୍ଥାନ କୋଟାରେ ଏ ପର୍ଯ୍ୟନ୍ତ ୧୯ ଜଣ ଛାତ୍ର ଆତ୍ମହତ୍ୟା କରିସାରିଲେଣି । ଏବେ ଉତ୍ତରପ୍ରଦେଶର ଜଣେ ମେଡିକାଲ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଏହି ଛାତ୍ରଙ୍କ ରୁମ୍ ରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି ଯାହାକୁ ନେଇ ଏବେ ସବୁଠି ଉଦବେଳନ ଖେଳି ଯାଇଛି । ସମସ୍ତଙ୍କ ମନରେ ପ୍ରଶ୍ନ କୋଟାରେ ଏହି ଆତ୍ମହତ୍ୟା ଘଟଣାରେ କେବେ ପୂର୍ଣ୍ଣଛେଦ ପଡିବ ?

ରାଜସ୍ଥାନ କୋଟାରେ ପଢୁଥିବା ଉତ୍ତରପ୍ରଦେଶ ମେଡିକାଲ ଛାତ୍ରଙ୍କ ସୁଇସାଇଡ ନୋଟ୍ ଏବେ ସମସ୍ତଙ୍କ ହୃଦୟ ଥରାଇ ଦେଇଛି । ଚିଠିରେ ଛାତ୍ର ଜଣକ ଲେଖିଛନ୍ତି, ସରି, ମୁଁ ଯାହା କରିଛି ତାହା ମୋ ନିଜ ଇଚ୍ଛାରେ କରିଛି । ତେଣୁ ମୁଁ ଯିବା ପରେ ମୋ ପିତାମାତା କିମ୍ବା ମୋ ସାଙ୍ଗସାଥିଙ୍କୁ ହଇରାଣ କରିବ ନାହିଁ । ଏହା ସହିତ ଛାତ୍ର ଜଣକ ନିଜ ପିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଉତ୍ତରପ୍ରଦେଶ ରାମପୁର ଜିଲ୍ଲାର ଏହି ଛାତ୍ର ଜଣକ ହେଉଛନ୍ତି ମନଜୋତ ସିଂହ । ମନଜୋତ ଲକ୍ଷ୍ୟ ରଖିଥିଲେ ମେଡିକାଲ ପଢି ଜଣେ ଭଲ ଡାକ୍ତର ହେବେ । ସେଥିପାଇଁ ସେ କୋଟା ଚାଲି ଆସିଥିଲେ ମେଡିକାଲ କୋଚିଂ ନେବା ଲାଗି । ମନଜୋତର ବୟସ ମାତ୍ର ୧୮ ବର୍ଷ ଥିଲା । ଗତ ଏପ୍ରିଲରେ ସେ କୋଟା ଆସିଥିଲା । ପୋଲିସକୁ ଯେତେବେଳେ ଆତ୍ମହତ୍ୟାର ଖବର ମିଳିଥିଲା ସେତେବେଳେ ପେଶଲଇସ ତତକ୍ଷଣାତ୍ ସେଠାରେ ପହଞ୍ଚିଥିଲା । ଏହି ସମୟରେ ରୁମ୍ ଭିତରୁ ଲକ୍ ଥଇଲଶ । ମନଜୋତର ପାଟିରେ ମୁହଁରେ ପଲିଥିନ୍ ବନ୍ଧା ହୋଇଥିଲା ଓ ହାତ ପଛରୁ ବନ୍ଧା ହୋଇଥିଲା । ତେବେ କୋଟାରେ ଗତ ଜାନୁୟାରୀ ମାସରୁ ଏ ପର୍ଯ୍ୟନ୍ତ ମୋଟ ୧୯ ଜଣ ଛାତ୍ର ଆତ୍ମହତ୍ୟା କଲେଣି । ଏହି ଘଟଣା ଏବେ କେବଳ ଏହି ମେଧାବୀ ଛାତ୍ରଙ୍କ ପିତାମାତାଙ୍କ ମନରେ ନୁହେଁ ସମଗ୍ର ସମାଜରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ଯେ, ପଢିବା ଖେଳିବା ବୟସରେ ପିଲାମାନେ ଏପରି ହଠାତ୍ ନିଜକୁ ଶେଷ କରି ଦେଉଛନ୍ତି କାହିଁକି ?

ଛାତ୍ର ମନଜୋତ ପ୍ରଥମେ ଫ୍ୟାନରେ ସୁଇସାଇଡ କରିବାକୁ ଜେଷ୍ଟା କରିଥିଲା । କିନ୍ତୁ ଯେତେବେଳେ ଏଥିରେ ସଫଳ ହୋଇପାରି ନ ଥିଲେ ସେତେବେଳେ ପଲିଥିନକୁ ନିଜ ବେକରୁ ମୁହଁ ଚାରିପଟେ ଟାଇଟ କରି ବାନ୍ଧି ଦେଇଥିଲେ । ଏହାପରେ ରଶିରେ ଦୁଇ ହାତ ବାନ୍ଧି ଦେଇ ବେଡ୍ରେ ଶୋଇ ଯାଇଥିଲେ । ଠିକ୍ ଭାବରେ ନିଃଶ୍ୱାସ ନେଇ ନ ପାରି ମନଜୋତଙ୍କର ମୃତ୍ୟୁ ଘଟିଥିଲା ।

ବିଶେଷଜ୍ଞଙ୍କ ମତ ଦିନକୁ ବଢୁଥିବା ପ୍ରତିଯୋଗିତା, ଏକଲାପଣ ଓ ଅବସାଦ ଏପରି ଆତ୍ମହତ୍ୟା ପଛର କାରଣ ହୋଇପାରେ । ଏପରି ସମୟରେ ପିଲାଙ୍କ ପାଇଁ ଆପଣଙ୍କର ଆବଶ୍ୟକତା ରହିଛି । ମନୋବିଶେଷଜ୍ଞଙ୍କ ମତ ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ପିତାମାତା ନିଜ ପିଲାମାନଙ୍କ ଲାଗି ଆବଶ୍ୟକ ସମୟ ଦେଇପାରୁ ନାହାନ୍ତି । ତେଣୁ ଏହିପରି ଘଟଣାକୁ ରୋକିବାକୁ ଚାହୁଁଥିଲେ ପ୍ରଥମେ ପରିବାର ସ୍ତରରୁ ପ୍ରୟାସ ହେବା ଉଚିତ । ପିତାମାତା ପିଲାଙ୍କ ସହ ସାଙ୍ଗ ଭଳି ବ୍ୟବହାର କରିବା ଉଚିତ । ଏହା ସହିତ ସେମାନଙ୍କ ଅସଫଳତାକୁ ନେଇ ସେମାନଙ୍କ ଉପରେ ବିରକ୍ତ ହେବା ଅନୁଚିତ । ନିଜ ଲୋକଙ୍କ ଧିକ୍କାର ପିଲାମାନଙ୍କ ମନରେ ବହୁତ ଆଘାତ ପହଞ୍ଚାଇଥାଏ । ଯୁବାବସ୍ଥାରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ନୂଆ ହର୍ମୋନ ସୃଷ୍ଟି ହୋଇଥାଏ । ଏହି ବୟସରେ ଛୋଟ ଛୋଟ କଥା ବି ସେମାନଙ୍କ ମନରେ ଗଭୀର ଆଘାତ ପହଞ୍ଚାଇଥାଏ ।

ବିଶେଷଜ୍ଞ ଆହୁରି କହିଛନ୍ତି ପ୍ରାୟ ପିଲା ନିଜ ପିତାମାତାଙ୍କ ଇଚ୍ଛା ଓ ଖୁସି ଲାଗି ଏପରି କିଛି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି ଯେଉଁଥିରେ ସେମାନଙ୍କର ଆଗ୍ରହ ବି ନ ଥାଏ । ଏହି କାରଣରୁ ସେମାନେ ପୁରା ହୃଦୟର ସହିତ ସେମାନେ ଏହି କାର୍ଯ୍ୟକୁ କରିପାରନ୍ତି ନାହିଁ । ତେଣୁ ଯେତେବେଳେ ସେମାନେ ଅସଫଳ ହୋଇଥାନ୍ତି ସେଥିପାଇଁ ନିଜକୁ ଦୋଷୀ ମାନି କିଛି ଚରମ ନିଷ୍ପତ୍ତି ବି ନେଇଥାନ୍ତି ।

Get real time updates directly on you device, subscribe now.