fbpx

ଶିକ୍ଷା ସହିତ ଜୀବନକୁ ମାର୍ଜିତ କରନ୍ତି ଗୁରୁ, ଜାଣନ୍ତୁ ଆଜି ଦିନର ମହତ୍ତ୍ବ

happy teachers day 2024

ଭୁବନେଶ୍ବର: ଆଜି ପବିତ୍ର ଗୁରୁ ଦିବସ । କୁହାଯାଏ, ଗୁରୁ ବିନା ଜୀବନ ଅନ୍ଧକାର । ଜୀବନର ପ୍ରଥମ ପଥ ପ୍ରଦର୍ଶକ ହେଉଛନ୍ତି ଗୁରୁ । ସେ ହେଉଛନ୍ତି ସାକ୍ଷାତ ଇଶ୍ବର । ଗୁର ଅର୍ଥ ଅନ୍ଧକାର ଏବଂ ରୁ ର ଅର୍ଥ ଆଲୋକ । ସେଥିପାଇଁ ତ କୁହାଯାଏ ଅନ୍ଧକାରରୁ ଆଲେକର ପ୍ରଦୀପ ଜାଳନ୍ତି ଗୁରୁ । କୁହାଯାଏ ଗୁରୁଙ୍କୁ ନମଳିବ ନର ଗୁରୁ ହିଁ ସାକ୍ଷାତ ଇଶ୍ବର ।  ଆଜି ପବିତ୍ର ଗୁରୁ ଦିବସ ଉପଲକ୍ଷେ ଶିକ୍ଷକଙ୍କ ଭୂମିକାକୁ ମନେ ପକାଉଛି ସାରା ଦେଶ । ଗୁରୁ ଶିଷ୍ୟର ସମ୍ପକ ବହୁତ ପୁରୁଣା ।  ତାଙ୍କୁ ବ୍ରହ୍ମା-ବିଷ୍ଣୁ-ମହେଶ୍ବର ସହିତ ତୁଳନା କରାଯାଏ ।

କାହିଁକି ପାଳନ କରାଯାଏ ଗୁରୁ ଦିବସ- ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣୱଙ୍କ ପୂଣ୍ୟତିଥି । 1888 ମସିହା ସେପ୍ଟେମ୍ବର 5 ତାରିଖରେ ଜନ୍ମ ହୋଇଥିଲେ ସେ । ତେବେ ତାଙ୍କ ଜୀବନକାଳରେ ରାଧାକ୍ରିଷ୍ଣନ ମହାନ ଆଦର୍ଶ ଶିକ୍ଷକ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଏ । ତାଙ୍କ ଶିକ୍ଷକ ଜୀବନରେ ତାଙ୍କୁ ତାଙ୍କ ଛାତ୍ରମାନେ ଜନ୍ମଦିନ ପାଳନ କରିବା ନେଇ ଅନୁମତି ମାଗିଥିଲେ । କିନ୍ତୁ ସେ ମନା କରି ଏକ ସର୍ତ୍ତ ରଖିଥିଲେ । ସେ କହିଥିଲେ ଏହି ଦିନକୁ ଗୁରୁ ଦିବସ ଭାବେ ପାଳନ କଲେ ମୋ ପାଇଁ ବଡ ସମ୍ମାନ ହେବ ବୋଲି କହିଥିଲେ । ଶିକ୍ଷାପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ବରେ ପାଳିତ ହେଉଛି ଗୁରୁ ଦିବସ । ଗୁରୁ ବିନା କେହି ସଫଳତା ପାଇପାରି ନଥାଏ । ତାଙ୍କ ସ୍ଥାନ ଅପୂରଣନୀୟ । ଗୁରୁ ଦିବସରେ ଗୁରୁଙ୍କୁ କୋଟି କୋଟି ପ୍ରଣାମ ।

Get real time updates directly on you device, subscribe now.