fbpx

ଗ୍ୟାରୀ କ୍ରିଷ୍ଟେନ୍‌ଙ୍କୁ କହିଲେ ହରଭଜନ ସିଂହ: ‘ପାକିସ୍ତାନ ଦଳ ସହ ସମୟ ନଷ୍ଟ କର ନାହିଁ, ଭାରତ ପଳାଇ ଆସ’

Advertisement

ନୂଆଦିଲ୍ଲୀ : ଗ୍ୟାରି କ୍ରିଷ୍ଟେନ୍‌ଙ୍କୁ ପାକିସ୍ତାନ ଦଳର କୋଚିଂ ଛାଡ଼ିବା ଉଚିତ୍ ବୋଲି କହିଲେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ । ହରଭଜନ ସିଂହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, “ଗ୍ୟାରୀ କ୍ରିଷ୍ଟେନ୍‌, ପାକିସ୍ତାନରେ ଆପଣଙ୍କ ସମୟ ନଷ୍ଟ କରନ୍ତୁ ନାହିଁ । ଭାରତ କୁ ଫେରି କୋଚିଂ ଦାୟିତ୍ୱ ନିଅନ୍ତୁ । ଗ୍ୟାରି କର୍ଷ୍ଟନ ବିରଳ। ସେ ଜଣେ ମହାନ ପ୍ରଶିକ୍ଷକ ଓ ପରାମର୍ଶଦାତା । ୨୦୧୧ ରେ ଆମ ଦଳର ସମସ୍ତ ଖେଳାଳିଙ୍କ ସହ ସେ ବନ୍ଧୁ । ଗ୍ୟାରି କର୍ଷ୍ଟନ ୨୦୧୧ ବିଶ୍ୱକପ୍ ବିଜେତା ଦଳର କୋଚ୍ ଅଛନ୍ତି ।

ଆମେରିକାରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଗ୍ୟାରି କ୍ରିଷ୍ଟେନ୍‌ଙ୍କୁ ପାକିସ୍ତାନ ଦଳର କୋଚ୍ ହୋଇଥିଲେ ମଧ୍ୟ ବିଶ୍ୱକପରେ ପାକିସ୍ତାନର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ପ୍ରଥମ ରାଉଣ୍ଡରେ ହିଁ ପାକିସ୍ତାନ ଆମେରିକା ଓ ଭାରତ ବିପକ୍ଷ ମ୍ୟାଚ୍ ହାରିଥିଲା । ପାକିସ୍ତାନ ଟି-୨୦ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିଥିଲା । ଗ୍ୟାରି କ୍ରିଷ୍ଟେନ୍‌ଙ୍କୁ ପାକିସ୍ତାନ ଦଳ ଉପରେ ଅସନ୍ତୁଷ୍ଟ ବୋଲି ପାକିସ୍ତାନୀ ଗଣମାଧ୍ୟମରେ ଦାବି କରାଯାଉଛି ।”

ସେପଟେ ଗ୍ୟାରି କର୍ଷ୍ଟନ କହିଛନ୍ତି ଯେ ‘ ପାକିସ୍ତାନ ଦଳରେ ଏକତା ନାହିଁ ଏବଂ ଦଳରେ କେହି ପରସ୍ପରକୁ ସମର୍ଥନ କରନ୍ତି ନାହିଁ ।’ ତାଙ୍କର ଏହି କଥାରୁ ସ୍ପଷ୍ଟ ଜଣା ପଡ଼ୁଛି କିପରି ସେଠାରେ ସେ ଅସନ୍ତୁଷ୍ଟ ରହିଛନ୍ତି । ତେବେ ଆଗତୁ ଏନେଇ ତାଙ୍କର କାର୍ଯ୍ୟାନୁଷ୍ଠାନ କଣ ହେବ ତାହା ପ୍ରକାଶ କରିନାହାନ୍ତି କ୍ରିଷ୍ଟେନ୍‌ ।

 

Get real time updates directly on you device, subscribe now.