fbpx

Harry Potter ଅଭିନେତାଙ୍କ ପରଲୋକ

Advertisement

ନୂଆଦିଲ୍ଲୀ: ହ୍ୟାରୀ ପୋଟରର ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି । ହ୍ୟାରୀ ପୋଟର ସିରିଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ବ୍ରିଟିଶ ଅଭିନେତା ଲେସଲି ଫିଲିପ୍ସଙ୍କ ପରଲୋକ ଘଟିଛି । ୯୮ ବର୍ଷ ବୟସରେ ଲେସଲୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ସେ ଦୀର୍ଘସମୟ ଧରି ରୋଗରେ ପୀଡ଼ିତ ଥିଲେ ଓ ଶେଷରେ ଦୁନିଆକୁ ଅଲବିଦା ଜଣାଇଛନ୍ତି ।

ଲେସଲିଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛନ୍ତି ତାଙ୍କର ଏଜେଣ୍ଟ ଜୋନାଥନ ଲୟଡ । ଗତ ସୋମବାର ଦିନ ରାତିରେ ଲେସଲିଙ୍କ ଦେହାନ୍ତ ହୋଇଥିଲା । ଲେସଲିଙ୍କ ମୃତ୍ୟୁ ଖବର ତାଙ୍କର ଫ୍ୟାନ୍ସଙ୍କୁ ଝଟକା ଦେଇଛି । ଗତ ୧୯୨୪ ମସିହା ଏପ୍ରିଲ ୨୦ ତାରିଖରେ ଲେସଲି ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର କ୍ୟାରିୟରରେ ପାଖାପାଖି ୨୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ । ଫିଲ୍ମ ବ୍ୟତୀତ ସେ ଟିଭି ଓ ରେଡିଓରେ ମଧ୍ୟ ନିଜର ପ୍ରତିଭା ଦେଖାଇଥିଲେ । ସେ ବ୍ରିଟିଶର କିମ୍ବଦନ୍ତୀ ତାରକାଙ୍କ ମଧ୍ୟରେ ଜଣେ ଥିଲେ ।

ହ୍ୟାରି ପୋଟର ସିରିଜର ମୁଖ୍ୟ ଅଭିନେତା ହ୍ୟାରି ପୋଟରଙ୍କ ହିଟ୍ ଆୱାଜ ‘ଦି ସର୍ଟିଂ ହ୍ୟାଟ’ ଲେସଲି ଦେଇଥିଲେ । ହ୍ୟାରି ପୋଟର କାରଣରୁ ଲେସଲି ଯୁବପୀଢ଼ିଙ୍କ ମଧ୍ୟରେ ନିଜର ପରିଚିତି ହାସଲ କରିପାରିଥିଲେ । ହ୍ୟାରି ପୋଟର ବ୍ୟତୀତ ଲେସଲି ‘କ୍ୟାରୀ ଅନ’ ଫିଲ୍ମ ପାଇଁ ମଧ୍ୟ ଜଣାଶୁଣା ଥିଲେ । କ୍ୟାରି ଅନ ଫିଲ୍ମରେ ଲେସଲିଙ୍କ କ୍ରେଜକ ଦର୍ଶକ ବହୁତ ପସନ୍ଦ କରିଥିଲେ । ଉକ୍ତ ଫିଲ୍ମର ଡାଇଲଗ ଆଜି ଲୋକଙ୍କ ମନରେ ଗୁଞ୍ଜରିତ ହେଉଛି । ତେବେ ଲେସଲିଙ୍କ ମୃତ୍ୟୁ ତାଙ୍କ ପତ୍ନୀଙ୍କୁ ଗଭୀର ଆଘାତ ଦେଇଛି । ସେ ମୋତେ ବହୁତ ଭଲ ପାଉଥିଲେ ଓ ଲୋକମାନେ ମଧ୍ୟ ତାଙ୍କୁ ଚାରିଆଡ଼େ ଝୁରୁଥିଲେ । ମୁଁ ଜଣେ ସଚ୍ଚୋଟ ମଣିଷଙ୍କୁ ହରାଇଲି ବୋଲି କହିଛନ୍ତି ତାଙ୍କର ଧର୍ମପତ୍ନୀ ।

Get real time updates directly on you device, subscribe now.