fbpx

ହ୍ୟାରିପୋଟର ଲେଖିକାଙ୍କୁ ମିଳିଲା ହତ୍ୟାଧମକ: ଏବେ ତୁମ ପାଳି

ନୂଆଦିଲ୍ଲୀ :ପ୍ରସିଦ୍ଧ ଲେଖକ ସଲମାନ ରୁଶଦିଙ୍କୁ ପ୍ରାଣଘାତି ଆକ୍ରମଣ ପରେ ବର୍ତ୍ତମାନ ହ୍ୟାରିପୋଟର ଉପନ୍ୟାସର ଲେଖିକା ଜେ.କେ ରୋୱଲିଙ୍ଗଙ୍କୁ ମିଳିଛି ହତ୍ୟା ଧମକ । ସଲମାନ ରୁଶିଦଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ରୋୱଲିଙ୍ଗ ଟୁଇଟ୍ କରିଥିଲେ । ଏହାପରେ ତାଙ୍କୁ ଏପରି ହତ୍ୟା ଧମକ ମିଳିଛି ।

୫୭ ବର୍ଷିୟ ଜେ.କେ ରୋୱଲିଙ୍ଗ ତାଙ୍କ ଟୁଇଟରେ କହିୁଥିଲେ ଯେ ସଲମାନ ରୁଶିଦଙ୍କ ଉପରେ ହୋଇଥିବା ଆକ୍ରମଣ ତାଙ୍କୁ ଗଭୀର ଆଘାତ ଦେଇଛି । ଏତିସହିତ ମୁଁ ଆଶା କରୁଛି ରୁଶିଦ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ । ତେବେ ରୋୱଲିଙ୍ଗଙ୍କ ଏହି ଟୁଇଟ୍ ଉପରେ ଜଣେ ୟୁଜର୍ସ ଧମକ ଦେବା ଭଳି ଏକ କମେଣ୍ଟ ଦେଇଥିଲେ । ସେଥିରେ ସେ ଲେଖିଥିଲେ ‘ଡୋଣ୍ଟ ୱରି ୟୁ ଆର ନେକ୍ସଟ୍’ । ଯାହାର ସ୍କ୍ରିନସଟ୍ ରୋୱଲିଙ୍ଗ ତାଙ୍କ ଟ୍ୱିଟର ସପୋର୍ଟ ଟମକୁ ଟ୍ୟାଗ୍ କରିବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବା କହି ସାହାର୍ଯ୍ୟ ମାଗିଛନ୍ତି ।

ସୂଚନା ଅନୁଯାୟୀ ଯେଉଁ ଟୁଇଟର ହ୍ୟାଣ୍ଡେଲରୁ ରୋୱଲିଙ୍ଗଙ୍କୁ ଧମକ ଦିଆଯାଇଛି,ସେହି ଆକାଉଣ୍ଟରୁ ରୁଶିଦଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ହାଦି ମାତାରକୁ ପ୍ରଶଂସା ମଧ୍ୟ କରାଯାଇଛି ।

Get real time updates directly on you device, subscribe now.