fbpx

ହରିୟାଣା ବିଧାନସଭା ନିର୍ବାଚନ: କଂଗ୍ରେସ- ଆପ୍ ମଧ୍ୟରେ ଛିଣ୍ଡିଲାନି ଆସନ ବୁଝାମଣା ସମସ୍ୟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ସରଗରମ ବିଭିନ୍ନ ରାଜନୈତିକ ଦଳ । ଏଥିମଧ୍ୟରେ ହରିୟାଣା ବିଧାନସଭା ଆସନ ବୁଝାମଣାକୁ ନେଇ କଂଗ୍ରେସ ଏବଂ ଆପ୍ ମେଣ୍ଟକୁ ନେଇ ଚର୍ଚ୍ଚା ହେଉଛି । ଆପ୍ ଏକାକୀ ବିଧାନସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ଅକ୍ଟୋବର ୫ରେ ହରିୟାଣା ବିଧାନସଭାର ସମସ୍ତ ୯୦ଟି ଆସନ ପାଇଁ ମତଦାନ ହେବ । ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ଏହି ମତଦାନ ପାଇଁ ଅକ୍ଟୋବର ୮ରେ ଫଳାଫଳ ଘୋଷଣା ହେବ ।

ଆପ୍ ୨୦ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି କି ଆପ୍ ଏବଂ କଂଗ୍ରେସ ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ । ଏହା ପଛରେ ପ୍ରମୁଖ କାରଣ ହେଉଛି ଆସନ ଭାଗବଣ୍ଟା । ରିପୋର୍ଟ ଅନୁଯାୟୀ ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୧୦ଟି ଆସନ ଦାବି କରିଥିଲା ଯାହା ପଞ୍ଜାବ ଏବଂ ଦିଲ୍ଲୀ ସୀମାବର୍ତ୍ତୀ ଜିଲ୍ଲାରେ ଥିଲା । ଅପରପକ୍ଷରେ କଂଗ୍ରେସ ଏହି ସବୁ ଆସନ ଦେବାକୁ ପ୍ରସ୍ତୁତ ନଥିଲା । ତେବେ କଂଗ୍ରେସ, ଆପକୁ ୩ରୁ ୫ଟି ଆସନ ଅଫର କରିଥିଲା ଯେଉଁଥିରେ ବିଜେପିର ସ୍ଥିତି ମଜବୁତ ଥିଲା । ଏହି କଥାକୁ ନେଇ ଦୁଇ ଦଳ ମଧ୍ୟରେ ଅନେକ ବୈଠକ ଡକାଯାଇଥିଲା କିନ୍ତୁ ଆସନ ବୁଝାମଣାକୁ ନେଇ କୌଣସି ସମାଧାନ ହୋଇପାରିନଥିଲା । କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଉଦୟଭାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡା ପ୍ରାରମ୍ଭରୁ ହିଁ ଆପ୍ ସହ ମେଣ୍ଟ ସପକ୍ଷରେ ନଥିଲେ । ଅନ୍ୟ ନେତାମାନେ ମଧ୍ୟ ଏହାର ବିରୋଧ କରଥିଲେ । ଏହା ସତ୍ତ୍ୱେ କଂଗ୍ରେସ ନିଶ୍ଚିତ ଯେ ହରିୟାଣା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦିତା କରିପାରିବ । କହିରଖୁଛୁ ଆପ୍ ଜାରି କରିଥିବା ୨୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ମଧ୍ୟରୁ ୧୧ଟି ଆସନରେ କଂଗ୍ରେସ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଛି । ଏହି ଆସନଗୁଡ଼ିକ ହେଲା ଉଚାନା କଲାଂ, ମେହମ୍‌, ବାଦଶାହପୁର, ନାରାୟଣଗଡ଼, ସମାଲଖା, ଦାବଭଲୀ, ରୋହତକ, ବାହାଦୁରଗଡ଼, ବାଦଲୀ, ବେରୀ ଏବଂ ମହେନ୍ଦ୍ରଗଡ଼ ।

Get real time updates directly on you device, subscribe now.