fbpx

ଲୋକସଭା ନିର୍ବାଚନ ପରେ କଂଗ୍ରେସକୁ ବଡ଼ ଝଟକା: ଦଳ ଛାଡ଼ିଲେ ବିଧାୟିକା କିରଣ ଚୌଧରୀ

Advertisement

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ସରିବା ପରେ ବିଜେପି ନେତୃତ୍ୱରେ ଏନଡିଏ କ୍ରମାଗତ ତୃତୀୟ ଥର ପାଇଁ ଦେଶରେ ସରକାର ଗଠନ କରିଛି । ଗତ ୨୦୧୯ ଲୋକସଭା ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି । ତେବେ ନିର୍ବାଚନ ପରେ ପରେ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । ହରିୟାଣା କଂଗ୍ରେସ ବିଧାୟିକା କିରଣ ଚୌଧୁରୀ ଦଳ ଛାଡ଼ିଛନ୍ତି । କିରଣ ତାଙ୍କର ଇସ୍ତଫାପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ତେବେ ଇସ୍ତଫା ଦେବା ପରେ କିରଣ କଂଗ୍ରେସ ପ୍ରତି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ହରିୟାଣା କଂଗ୍ରେସ ପାର୍ଟି ଏବେ ବ୍ୟକ୍ତିଗତ ସମ୍ପତ୍ତି ପାଲଟି ଯାଇଛି, ଯେଉଁଥିରେ ତାଙ୍କ ପରି ଜଣେ ଦାୟିତ୍ୱବାନ ନେତ୍ରୀଙ୍କ ପାଇଁ ସ୍ଥାନ ନାହିଁ ବୋଲି ସେ କହିଛନ୍ତି । ଆସନ୍ତା ଅକ୍ଟୋବର ମାସରେ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ କିରଣ କଂଗ୍ରେସ ଛାଡ଼ିବା ଦଳକୁ ଏକ ଶକ୍ତ ଝଟକା ଦେଇଛି । କିରଣଙ୍କ ସହିତ ତାଙ୍କର ଝିଅ ତଥା ରାଜ୍ୟ କଂଗ୍ରେସର ସଭାପତି ଶ୍ରୁତି ଚୌଧୁରୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ଆସନ୍ତାକାଲି ଦୁହେଁ ରାଜ୍ୟରେ ଭାଜପାରେ ସାମିଲ ହେବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.