fbpx
BSKY SKY
BSKY SKY

ହସରଙ୍ଗାଙ୍କୁ ୪ ୱିକେଟ; ୮୧ ରନରେ ସୀମିତ ଭାରତ

BSKY

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଅନ୍ତିମ ଟି-୨୦ରେ ଭାରତୀୟ ଦଳ ମାତ୍ର ୮୧ ରନରେ ସୀମିତ ରହିଛି । ଭାରତୀୟ ଅଧିନାୟକ ଶିଖର ଧୱନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ କରୋନାରେ କବଳିତ ଭାରତୀୟ ଦଳ ପୂର୍ବପରି ୫ ବ୍ୟାଟ୍ସମ୍ୟାନଙ୍କୁ ନେଇ ପଡିଆକୁ ଓହ୍ଲାଇଥିଲା । ତେବେ ମାତ୍ର ତିନି ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍କୋରରେ ପହଞ୍ଚିବା ସହିତ ଭାରତୀୟ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ସ୍ପିନର ୱନିନ୍ଦୁ ହସରଙ୍ଗା ୪ଟି ୱିକେଟ ଅକ୍ତିଆର କରି ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୮୧ ରନ୍ ସଂଗ୍ରହ କରି ପାରିଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଓଭରରେ ଅଧିନାୟକ ଶିଖର ଧୱନଙ୍କ ୱିକେଟ ହରାଇଥିଲା । ଟପ୍ ଅର୍ଡରରେ ଋତୁରାଜ ଗାଏକ୍ୱାଡ(୧୪)ଙ୍କୁ ବାଦ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ପାଡିକଲ୍(୯), ସାମସନ(୦) ଓ ନୀତିଶ ରାଣା(୬)ଙ୍କ ବିଫଳତା କାରଣରୁ ଭାରତୀୟ ଦଳ ୩୪ ରନରେ ୫ ୱିକେଟ ହରାଇଥିଲା । ତେବେ ଶେଷ ଆଡକୁ ଭୁବନେଶ୍ୱର କୁମାର (୧୬) ଓ ଟପ ସ୍କୋରର କୁଲଦୀପ ଯାଦବ(୨୩) ରନ୍ ବଳରେ ଭାରତ ଟି-୨୦ରେ ନିଜର ନ୍ୟୁନତମ ସ୍କୋର ୭୪କୁ ଅତିକ୍ରମ କରିଥିଲା । ଶ୍ରୀଲଙ୍କା ପକ୍ଷରୁ ବର୍ଥଡେ ବୟ ହସରଙ୍ଗା ୪ ଓଭରରେ ୯ ରନ ଦେଇ ୪ଟି ୱିକେଟ ନେଇଥିଲେ । ଭାରତୀୟ ଇନିଂସରେ ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରିନଥିବା ବେଳେ ମାତ୍ର ୪ଟି ଚୌକା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.