fbpx

୨୯ ମିଡିଆ ହାଉସ ବିରୋଧରେ ଶିଳ୍ପାଙ୍କ ୨୫ କୋଟିର ମାନହାନି

ମୁମ୍ବାଇ: ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ବିଭିନ୍ନ ମିଡିଆ ଦ୍ୱାରା ପ୍ରକାଶ ପାଇଥିବା ଖବର ବିରୋଧରେ ଶିଳ୍ପା କୋର୍ଟଙ୍କ ଦ୍ୱାରସ୍ଥ ହେବା ସହିତ ୨୫ କୋଟି ଟଙ୍କାର ମାନହାନି ମୋକଦ୍ଦମା ଦାୟର କରିଛନ୍ତି । ଶିଳ୍ପାଙ୍କ ବିରୋଧରେ ଲେଖା ଯାଇଥିବା ଅଥବା ପ୍ରକାଶ କରାଯାଇଥିବା ଭିଡିଓରେ ତାଙ୍କୁ ନକରାତ୍ମକ ଢଙ୍ଗରେ ଚିତ୍ରଣ କରାଯାଉଛି । ଏହା ଦ୍ୱାରା ତାଙ୍କର ଛବି ସର୍ବସାଧାରଣରେ ଖରାପ ହେଉଛି ବୋଲି ମାନହାନି ମୋକଦ୍ଦମାରେ ଉଲ୍ଲେଖ କରିଛନ୍ତି ଶିଳ୍ପା ।

ପରିଣାମ ଲ ଆସୋସିଏଟସ ଦ୍ୱାରା ଶିଳ୍ପା ଏହି ମୋକଦ୍ଦମା ଦାୟର କରିଛନ୍ତି । ବେଆଇନ୍ ପର୍ଣ୍ଣୋଗ୍ରାଫି ମାମଲାରେ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ରାଜଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ବେଳେ ସେ ବର୍ତ୍ତମାନ ୧୪ ଦିନିଆ ରିମାଣ୍ଡରେ ଅଛନ୍ତି । ତାଙ୍କ ପତିଙ୍କୁ ମାମଲାର ଅଭିଯୁକ୍ତ ଭାବରେ ଗିରଫ କରାଯାଇଛି । ମାତ୍ର କିଛି ଗଣମାଧ୍ୟମ ସଂସ୍ଥା ମିଥ୍ୟା ଖବର ମାନ ପ୍ରକାଶ କରି ତାଙ୍କର ଛବି ମଳିନ କରିଛନ୍ତି । ଏହି ଘଟଣା ପରେ ଶିଳ୍ପା ଜଜ୍ କରୁଥିବା ସୁପର ଡ୍ୟାନ୍ସର ଶୋରୁ ଓହରି ଯାଇଥିଲେ । ମିଥ୍ୟା ଖବର ପ୍ରକାଶ କରିଥିବା ସଂସ୍ଥା ମାନଙ୍କ ବିରୋଧରେ ୨୫ କୋଟିର ମାନହାନି ମୋକଦ୍ଦମା ସହିତ ଫାଇଲିଂ ତାରିଖରୁ ୧୮ ପ୍ରତିଶତର ସୁଧ ପ୍ରଦାନ କରିବା ନେଇ ଦାବି କରିଛନ୍ତି ।

Get real time updates directly on you device, subscribe now.