fbpx

ପୋଷ୍ଟ ଅଫିସର ଏହି ସ୍କିମରେ ୫ ବର୍ଷରେ ପାଆନ୍ତୁ ୭ ଲକ୍ଷ, ଜାଣନ୍ତୁ କେମିତି

ପୋଷ୍ଟ ଅଫିସର ଯୋଜନାକୁ ଲୋକମାନେ ବିଶ୍ୱାସଯୋଗ୍ୟ ମନେକରିଥାନ୍ତି । ଏମିତିରେ ଯଦି ଆପଣ ଲମ୍ବା ସମୟ ପାଇଁ ନିବେଶ କରିବାକୁ ଚାହୁଛନ୍ତି ତ’ ଏହାର ‘ଟାଇମ୍ ଡିପୋଜିଟ ସ୍କିମ୍’ ଆପଣଙ୍କ ପାଇଁ ଲାଭଜନକ ହୋଇପାରେ । ଏହି ସ୍କିମରେ ଆପଣ ୧ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ । ବର୍ତ୍ତମାନ ଏଥିରେ ୬.୭ ପ୍ରତିଶତ ପ୍ରତିବର୍ଷ ହାରରେ ସୁଧ ଦିଆଯାଉଛି । ତେବେ କ’ଣ ଏହି ଯୋଜନା ଏବଂ କେମିତି ଏଥିରେ ନିବେଶ କରିବାକୁ ହେବ ଜାଣନ୍ତୁ ।

ପୋଷ୍ଟ ଅଫିସ୍ ର ଏହି ସ୍କିମରେ ଆପଣଙ୍କୁ ବ୍ୟାଙ୍କ ଏଫଡିଠାରୁ ମଧ୍ୟ ଅଧିକ ସୁଧ ମିଳିଥାଏ । ଏଥି ପାଇଁ ୧୦୦୦ ଟଙ୍କାର ସର୍ବନିମ୍ନ ରାଶିରେ ଆକାଉଣ୍ଟ ଖୋଲାଯାଇପାରିବ ଯେତେବେଳେକି ସର୍ବାଧିକ ରାଶିର କୌଣସି ସୀମା ନାହିଁ । ଏହି ସ୍କିମରେ ୧୦୦ ପ୍ରତିଶତ ନିବେଶ ଉପରେ ସୁରକ୍ଷର ଗ୍ୟାରେଣ୍ଟି ମଧ୍ୟ ମିଳିଥାଏ । ଏହି ଆକାଉଣ୍ଟ ସିଙ୍ଗଲ ଏବଂ ଜଏଣ୍ଟ ଉଭୟ ଭାବରେ ଖୋଲଯାଇପାରିବ । ପିଲାଙ୍କ ନାମରେ ଆକାଉଣ୍ଟ ଖୋଲିବାକୁ ହେଲେ ଅଭିଭାବକଙ୍କୁ ଗାର୍ଡିଆନ ଭାବେ ରହିବାକୁ ପଡ଼ିବ ।

ଯୋଜନାର ଫାଇଦା:

୧.ଏହି ଯୋଜନାରେ ୫ ବର୍ଷ ପାଇଁ କରାଯାଇଥିବା ନିବେଶକୁ ମଧ୍ୟ ଆୟକର ଅଧିନିୟମ, ୧୯୬୧ ର ଧାରା ୮୦ସି ଅନୁଯାୟୀ ଛାଡ଼ କରାଯାଇଛି।

୨. ଜରୁରୀକାଳୀନ ପରିସ୍ଥିତିରେ, ଆପଣ ମ୍ୟାଚୁରିଟି ପୂର୍ବରୁ ମଧ୍ୟ ରାଶି ପ୍ରତ୍ୟାହାର କରିପାରିବେ  । ତଥାପି, ଏଥିପାଇଁ ଖାତାର ୬ମାସ ପୂରଣ ହେବା ଉଚିତ୍  ।

୩. ଆକାଉଣ୍ଟ ଖୋଲିବା ସମୟରେ କିମ୍ବା ପରେ ମଧ୍ୟ ନୋମିନି ରଖିବାର ସୁବିଧା ରହିଛି ।

୪. ଯଦି ଆପଣ ପ୍ରତିବର୍ଷ ସୁଧ ସଂଗ୍ରହ କରିବାକୁ ଯିବାକୁ ଚାହୁଁନାହାଁନ୍ତି, ତେବେ ଆପଣ ବାର୍ଷିକ ସୁଧକୁ ପୋଷ୍ଟ ଅଫିସ୍ ସଞ୍ଚୟ ଆକାଉଣ୍ଟକୁ ସ୍ଥାନାନ୍ତର ମଧ୍ୟ କରିପାରିବେ ।

ଜାଣନ୍ତୁ କ’ଣ ରହିଛି ଏହାର ଫାଇଦା

ଯଦି ଆପଣ ଏହି ସ୍କିମରେ ୫ ଲକ୍ଷ ପର୍ଯ୍ୟନ୍ତ ନିବେଶ କରୁଛନ୍ତି ତେବେ କିଛି ଏଭଳି ଆପଣଙ୍କୁ ମିଳିବ ଫାଇଦା

ଜମା ରାଶି: ୫ ଲକ୍ଷ

ସୁଧ ହାର: ବାର୍ଷିକ ୬.୭%

ମ୍ୟାଚୁରିଟି ଅବଧି: ୫ ବର୍ଷ

ମ୍ୟାଚୁରିଟି ପରେ ପାଇବେ: ୬,୯୧,୫୦୦

ସୁଧ ଲାଭ: ୧,୯୧,୫୦୦

Get real time updates directly on you device, subscribe now.