ପିଲା ଜନ୍ମ କର, ୮୧ ହଜାର ନିଅ… ଯୁବତୀଙ୍କ ପାଇଁ ରହିଛି ଏହି ସ୍ପେସାଲ ଅଫର: ଜାଣନ୍ତୁ Details
ପିଲା ଜନ୍ମ କରିବା ପାଇଁ ଯୁବତୀଙ୍କୁ ମିଳୁଛି ୮୧ ହଜାର ଟଙ୍କା, ଏହି ଦେଶରେ ଚାଲିଛି ଅଜବ ପରମ୍ପରା
ନୂଆଦିଲ୍ଲୀ: ଜଣେ ମହିଳାଙ୍କ ପାଇଁ ପିଲାର ମା’ ହେବା ଏକ ସୌଭାଗ୍ୟର ବିଷୟ ବୋଲି କୁହାଯାଏ । କିନ୍ତୁ ଏଥିପାଇଁ ଯଦି ମହିଳା ମାନଙ୍କୁ ଟଙ୍କା ଦିଆଯାଏ, ଏକଥା ହୁଏତ କେହି ବିଶ୍ୱାସ କରି ନ ପାରନ୍ତି ।
ରିପୋର୍ଟ ଅନୁସାରେ, ପିଲା ଜନ୍ମ କରିବା ପାଇଁ ଯୁବତୀଙ୍କୁ ହଜାର ହଜାର ଟଙ୍କା ପ୍ରଦାନ କରାଯାଉଛି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଦମ୍ ସତ । ନୂଆବର୍ଷ(ଜାପୁୟାରୀ ୧)ରୁ ଏଭଳି ଏକ ପରମ୍ପରା ଆରମ୍ଭ ହୋଇଛି ।
ସରକାରଙ୍କ ନୂଆ ଯୋଜନା: ଋଷର କାରେଲିୟାରେ ୨୫ ବର୍ଷରୁ କମ୍ ବୟସର ଛାତ୍ରୀମାନଙ୍କୁ ଏଭଳି ସୁବିଧା ଯୋଗାଇଛନ୍ତି ସରକାର । ସୁସ୍ଥ ପିଲା ଜନ୍ମ କରିବା ପାଇଁ ଯୁବତୀଙ୍କୁ ୧ ଲକ୍ଷ ରୁବେଲ ବା ୮୧ ହଜାର ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି ।
ତେବେ ସ୍ଥାନୀୟ ବିଶ୍ୱବିଦ୍ୟାଳୟ ବା କଲେଜର ନିୟମିତ ଛାତ୍ରୀମାନେ ହିଁ ଏହି ସୁବିଧା ପାଇପାରିବେ । ଏହାବ୍ୟତୀତ ଯୁବତୀ କାରେଲିୟାର ନିବାସୀ ହୋଇଥିବା ସହ ୨୫ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ।
କାହିଁକି ଏ ନିୟମ: ଦେଶରେ କମ୍ ଜନ୍ମ ହାର, ଉଚ୍ଚ ବୟସ୍କ ମୃତ୍ୟୁ ହାର ଏବଂ ପ୍ରବାସୀ ସମସ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି । ଏହାବ୍ୟତୀତ ୟୁକ୍ରେନ ବିପକ୍ଷ ଯୁଦ୍ଧ ଏହି ସମସ୍ୟାକୁ ଆହୁରି ବଢାଇ ଦେଇଛି । ତେଣୁ ହ୍ରାସ ପାଉଥିବା ଜନ୍ମହାରକୁ ବୃଦ୍ଧି କରିବା ପାଇଁ ଏଭଳି ବ୍ୟବସ୍ଥା ଆରମ୍ଭ କରାଯାଇଛି ।
ନଗଦ ପ୍ରୋତ୍ସାହନ ରାଶି ଏବଂ ଆବାସ ସହାୟତା ସାଙ୍ଗକୁ ବିଭିନ୍ନ ଉପାୟରେ ଏହି ଜନ୍ମହାର ବୃଦ୍ଧି କରିବାକୁ ପ୍ରୟାସ କରୁଛନ୍ତି ଋଷ ସରକାର । ତେବେ ଏହି ପ୍ରୟାସରେ ବିଶେଷ ସଫଳତା ମିଳିନାହିଁ ।
ବିଭିନ୍ନ ସ୍ଥାନରେ ରହିଛି ଏ ବ୍ୟବସ୍ଥା: ଋଷର କାରେଲିୟା ସମେତ ପ୍ରାୟ ୧୧ଟି ଅଞ୍ଚଳରେ ମଧ୍ୟ ମହିଳାଙ୍କୁ ପିଲା ଜନ୍ମ କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି । ତେବେ ମୃତ ଶିଶୁ ଜନ୍ମ ହେଲା ଯୁବତୀ/ମହିଳାଙ୍କୁ ଏହି ରାଶି ମିଳିବ କି ନାହିଁ, ସେ ନେଇ ସ୍ପଷ୍ଟ ଜଣା ପଡ଼ିନାହିଁ ।
ମାତୃତ୍ୱ ରାଶିରେ ବୃଦ୍ଧି: ରାଷ୍ଟ୍ରୀୟ ସରକାର ମାତୃତ୍ୱ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି । ପ୍ରଥମ ଥର ମା ହେଉଥିବା ମହିଳାଙ୍କୁ ୬,୭୭,୦୦୦ରୁବଲ(୬,୧୫୦ ଡଲାର)କୁ ବୃଦ୍ଧି କରାଯାଇଛି । ଏହାବ୍ୟତୀତ ଦ୍ୱିତୀୟ ପିଲା ପାଇଁ ୮,୯୪,୦୦୦ ରୁବଲ(୮,୧୩୦ ଡଲାର) ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।