fbpx

‘ଆପଣ ଏହି ଖାଦ୍ୟର ସ୍ୱାଦ ଚାଖିଛନ୍ତି କି ?’ –ରେଳ ବଭାଗକୁ ମହିଳାଙ୍କ ପ୍ରଶ୍ନ, ଉତ୍ତର ରଖି ଆଇଆରସିଟିସି ଟ୍ରୋଲ

Advertisement

ନୂଆଦିଲ୍ଲୀ : କୋଟି କୋଟି ଭାରତୀୟ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି ଏବଂ ରେଳବାଇ ଦ୍ୱାରା ପ୍ରଦାନ କରାଯାଇଥିବା ସୁବିଧା ଲାଭ ନିଅନ୍ତି । କିନ୍ତୁ ଟ୍ରେନର ବିଳମ୍ବତା, ଟ୍ରେନରେ ସ୍ୱଚ୍ଛତା ଅଭାବ ଏବଂ ଖାଦ୍ୟର ଗୁଣବତ୍ତା ଯୋଗୁଁ ଅନେକ ଥର ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରନ୍ତି। ସେହିଭଳି ଜଣେ ମହିଳା ଖରାପ ଖାଦ୍ୟକୁ ନେଇ ଆଇଆରସିଟିସିରେ ଅଭିଯୋଗ କରିଥିଲେ ।

ଭୁମିକା ଥିସବହୁମିକା ନାମକ ଜଣେ ମହିଳା ଟ୍ରେନରେ ଦିଆଯାଉଥିବା ଖାଦ୍ୟର ଏକ ଫଟୋ ସେୟାର କରି ଲେଖିଛନ୍ତି, ଆପଣ ଏହି ଖାଦ୍ୟର ସ୍ୱାଦ ଚାଖିଛନ୍ତି କି? ତୁମେ କେବେ ନିଜ ପରିବାର ଏବଂ ପିଲାମାନଙ୍କୁ ଏପରି ନିମ୍ନ ମାନର ସ୍ୱାଦ ଦେବ କି? ଟିକେଟ୍ ମୂଲ୍ୟ ଦିନକୁ ଦିନ ବଢୁଛି କିନ୍ତୁ ଆପଣ ନିଜ ଗ୍ରାହକଙ୍କୁ ସେହି ଖରାପ ବା ନିମ୍ନ ମାନର ଖାଦ୍ୟ ଯୋଗାଉଛ ।

ମହିଳା ଯାତ୍ରୀଙ୍କ ଅଭିଯୋଗ ଉପରେ ଆଇଆରସିଟିସି ତୁରନ୍ତ ଅଭିଯୋଗର ଜବାବ ଦେଇଛି। କିନ୍ତୁ ସେହି ଉତ୍ତର ପାଇଁ ରେଳବାଇ ଟ୍ୱିଟରରେ ଟ୍ରୋଲ ହୋଇଥିଲା। ମହିଳାଙ୍କୁ ଆଇଆରସିଟିସିର ଟ୍ୱିଟର ହ୍ୟାଣ୍ଡେଲରୁ ‘ସାର୍’ ବୋଲି ସମ୍ବୋଧିତ କରାଯାଇଥିଲା।

ବର୍ତ୍ତମାନ ସୋସିଆଲ ମିଡିଆରେ ମହିଳାଙ୍କ ସେହି ଅଭିଯୋଗ ଟ୍ୱିଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କ୍ୟାଟରିଂ ଯୋଗାଉଥିବା ଖରାପ ଖାଦ୍ୟ ବିଷୟରେ ଆଇଆରସିଟିସିରେ ଅଭିଯୋଗ କରିଥିଲେ। ଆଶ୍ଚର‌୍ୟ୍ୟର କଥା ଅନେକ ଉପଭୋକ୍ତା ଏହି ମହିଳାଙ୍କୁ ସମର୍ଥନ କରୁଥିବାବେଳେ କେତେକ ତାଙ୍କୁ ପରାମର୍ଶ ଦେଇଥିଲେ।

Get real time updates directly on you device, subscribe now.