fbpx

ବିବାହ ସମୟରେ ସ୍ୱାମୀକୁ ମିଳୁଥିବା ସାମଗ୍ରୀ ଉପରେ ସ୍ତ୍ରୀ ଦାବି କରିପାରିବ କି? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

Advertisement

ନୂଆଦିଲ୍ଲୀ: କେରଳ ହାଇକୋର୍ଟ ମଙ୍ଗଳବାର ଦିନ ଏକ ଆଦେଶରେ କହିଛନ୍ତି ଯେ, ସ୍ତ୍ରୀଙ୍କ ଲକରରେ ରଖାଯାଇଥିବା ସୁନା ଏବଂ ଗହଣା ଉପରେ ସ୍ୱାମୀ କିମ୍ବା ତାଙ୍କ ପରିବାର ଲୋକଙ୍କୁ ଦିଆଯାଇପାରିବ ନାହିଁ ଏବଂ ଏହା ଛାଡପତ୍ରରେ ମଧ୍ୟ ପୁନଉଦ୍ଧାର ହୋଇପାରିବ ନାହିଁ । ନ୍ୟାୟମୂର୍ତ୍ତି ଅନୀଲ କେ. ନରେନ୍ଦ୍ରନ ଏବଂ ପି.ଜି ଅଜିତ କୁମାର କହିଛନ୍ତି ଯେ, ପର୍ଯ୍ୟାପ୍ତ ପ୍ରମାଣପତ୍ର ଅଭାବରୁ ବିବାହ ସମୟରେ ସ୍ତ୍ରୀକୁ ଦିଆଯାଇଥିବା ସୁନା ଗହଣାକୁ ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କୁ ଦିଆଯାଇଥିଲା । ଯୌତୁକ ପ୍ରତିରୋଧ ଅଧିନିୟମ ୧୯୬୧ ଅନୁସାରେ ତାକୁ ପାଇବା ସମ୍ଭବ ହୋଇପାରିବ ନାହିଁ ।

କେରଳ ହାଇକୋର୍ଟ ପରିବାର ଅଦାଲତର ଏହି ଆଦେଶ ବିରୋଧ ଅପିଲ ଉପରେ ଶୁଣାଣି କରୁଥିଲେ । ଯେଉଁଠାରେ ଜଣେ ମହିଳାର ଛାଡ଼ପତ୍ର ହେବାପରେ ତାଙ୍କ ସୁନା ଏବଂ ଟଙ୍କା ପଇସା ପୁଣିଥରେ ଫେରିପାଇବାର ଅଧିକାର ଦିଆଯାଇଛି । ଫ୍ୟାମିଲି କୋର୍ଟ ଆଦେଶ ଦେଇଛନ୍ତି ଯେ, ଯୌତୁକରେ ମାନିବା ପାଇଁ ଦିଆଯିଇଥିବା ପ୍ରମାଣପତ୍ର କଣ ଯଥେଷ୍ଟ ନଥିଲା? ଅପିଲ କର୍ତ୍ତାଙ୍କ ଓକିଲ ଯୁକ୍ତି ବାଢି କହିଛନ୍ତି ଯେ, ବିବାହରେ ଦିଆଯାଇଥିବା ଟଙ୍କା ଏବଂ ସୁନା ଗହଣାକୁ ଯୌତୁକ କୁହାଯାଇ ପାରିବ । ଆବେଦନକାରୀ କହିଛନ୍ତି ଯେ, ଏଥିପାଇଁ ପ୍ରମାଣ ପତ୍ର ଖୁବ କମ ରହିଛି, କାରଣ ନ୍ୟାୟାଳୟ ଦ୍ୱାରା ପ୍ରତିବନ୍ଧିତ ହେବା କାରଣରୁ ଏପରି ଦେବାନେବା ସାର୍ବଜନୀନ ରୂପରେ ହୋଇନଥାଏ ।

ଅଦାଲତ ନିଜର ନିଷ୍ପତ୍ତିରେ କହିଛନ୍ତି ଯେ, ଦୈନନ୍ଦିନ ପିନ୍ଧୁଥିବା ଗହଣାକୁ ଛାଡି କନ୍ୟା ପାଇଁ ସୁନା ଗହଣା ଦେବା ଏବଂ ଏହି ଗହଣାକୁ ସେ ସ୍ୱାମୀଙ୍କ ଘରକୁ ନେଇଯାଇ ସେଠାରେ ସମସ୍ତଙ୍କୁ ଦେବା ଏକ ସାମାନ୍ୟ କଥା । ତେବେ ଏଥିରେ କେବଳ ସ୍ତ୍ରୀର ସାକ୍ଷୀରେ ନିଷ୍ପତ୍ତି ନିଆଯାଇ ପାରିବ । ଯଦିଓ, ଏହାକୁ ହସ୍ତାନ୍ତର କରାଗଲେ, ଏକ ଟ୍ରଷ୍ଟ ସୃଷ୍ଟି ହୁଏ ଏବଂ ଏହାକୁ ଫେରାଇବା ପାଇଁ ସ୍ୱାମୀ ଏବଂ ଶାଶୁଙ୍କ ଉପରେ ଏକ ଦାୟିତ୍ୱ ରଖାଯାଏ । ଏପରି ପରିସ୍ଥିତିରେ ପତ୍ନୀ ଆଇନର ଧାରା ଅନୁଯାୟୀ ହସ୍ତାନ୍ତର ହୋଇଥିବା ସୁନା ଅଳଙ୍କାରଗୁଡ଼ିକୁ ଫେରାଇ ଆଣି ପାରିବେ। ବର୍ତ୍ତମାନ ମାମଲାରେ, ପ୍ରମାଣରେ ଅଭାବ ରହିଛି ବୋଲି କୋର୍ଟ କହିଛନ୍ତି।

Get real time updates directly on you device, subscribe now.